Pratidin TV

Odisha's Digital News Platform

ଏସି ମରାମତି ନାରେ ଠକେଇ : ଲୁଟିନେଲେ ୯୨ ହଜାର

1 min read

ଭୁବନେଶ୍ୱର : ଭୁବନେଶ୍ୱର କୁ ଟାଗେର୍ଟ ରଖିଲେଣି ସାଇବର ଚୋର । ଦିନକୁ ଦିନ ବଡିବାରେ ଲାଗିଛି ସାଇବର ଚୋରଙ୍କ ରାଜୁତି । ତେବେ ଭୁବନେଶ୍ୱରକୁ ନିଜର କେନ୍ଦ୍ର ସ୍ଥଳି ସଜାଇଲେଣି ଏମାନେ । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ହୋଇଛି ଦୁଇଟି ଲୁଟ୍ । ପ୍ରଥମେ ଟିପିସିଓଡିଏଲ୍ ନା କହି ଠକିନେଇଥିଲେ ପ୍ରାୟ ୨ ଲକ୍ଷ ୭୫ ହଜାର । ଏବେ ଏସି ମରାମତି ନାଁରେ ୯୨ ହଜାରର ଚୂନ ଲଗାଇଲେ ସାଇବର ଠକ ।

ସୂଚନା ମୁତାବକ ଦ୍ୱିତୀୟ ଠକେଇଟିର ଶିକାର ହୋଇଛନ୍ତି ଜଣେ ସରକାରୀ କର୍ମଚାରୀ, ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଅନଲାଇନରେ ଏସି ମରାମତି ସାଇଟ୍ ଖୋଜି ଠକେଇର ଶିକାର ହେଲେ ସେ । ପ୍ରଥମେ ଅନଲାଇନରେ ଏସି କର୍ମଚାରୀ ଭାବରେ (ସାଇବର ଠକ) ଜଣଙ୍କ ତାଙ୍କୁ ଲିଙ୍କ ପଠାଇ ରେଜିଷ୍ଟ୍ରେସନ କରିବାକୁ କହିଥିଲେ । ସେ ରେଜିଷ୍ଟ୍ରେସେନ କରିବା ମାତ୍ରେ ଆକାଉଣ୍ଟରୁ କଟିଯାଇଥିଲା ୯୨ ହଜାର ଟଙ୍କା । ଆଜି ଭୁବନେଶ୍ୱର ସାଇବର ଥାନାରେ ୨ଟି ଏପରି ଅଭିଯୋଗ ଆସିବା ପରେ ଯଥା ସମ୍ଭବ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *