Pratidin TV

Odisha's Digital News Platform

ଭାଗ୍ୟ ବଦଳାଇ ଦେଲା ସ୍କଲାରସିପ୍ : ସାଇକେଲ ମେକାନିକ୍‌ଙ୍କ ଝିଅ ସାଜିଲେ ଅଷ୍ଟ୍ରେଲିଆ ବୋହୁ

1 min read

ନୂଆଦିଲ୍ଲୀ : କଣ ଆପଣ ମାନେ ଲକ୍ ରେ ବିଶ୍ୱାସ କରନ୍ତି କି । ନିକଟରେ ଏକ ଏଭଳି ଘଟଣା ଘଟିଛି ଯାହା ଆପଣଙ୍କୁ ଚମାକଇଦେବ । ସାଇକଲ ମେକାନିକଙ୍କ ଝିଅର ଭାଗ୍ୟ ପଲଟିଛି କିଛି ଏମିତି । ବାପା ବସଷ୍ଟାଣ୍ଡରେ ଏକ ସାଇକେଲ ମରାମତି ଦୋକାନରେ କାର୍ଯ୍ୟ କରନ୍ତି ଆଉଏବେ ଝିଅ ହେବେ ଅଷ୍ଟ୍ରେଲିଆର ବୋହୁ ।

ମଧ୍ୟପ୍ରଦେଶର ଧାରଜିଲ୍ଲାର ମନାବରରେ ରହୁଥିବା ଯୁବତୀ ତବରସୁମ ହୁସେନଙ୍କୁ ବିବାହ କରିଛନ୍ତି ଅଷ୍ଟ୍ରେଲିଆର ବ୍ରେସବେନରେ ରହୁଥିବା ଯୁବକଏସହାନ୍ସଚାଇଲ୍ଡ । ଯାହାକୁନେଇଏବେଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ମନାବରର ପଟେଲନ କଲୋନିରେ ରହୁଥିବା ଯୁବତୀଙ୍କ ବାପା ସାଦିକ ହୁସେନଙ୍କ ବସଷ୍ଟାଣ୍ଡରେ ଏକ ସାଇକେଲ ମରାମତି ଦୋକାନ ରହିଛି । ୨୦୧୬ରେ ସରକାର ସାଦିକଙ୍କ ଝିଅ ତବ ସୁମଙ୍କୁ ଉଚ୍ଚଶିକ୍ଷା ପାଇଁ ୪୫ଲକ୍ଷ ଟଙ୍କାର ସ୍କଲାରସିପ ଦେଇଥିଲେ । ୨୦୧୭ରେ ଝିଅ ପାଠପଢ଼ିବା ପାଇଁ ଅଷ୍ଟ୍ରେଲିଆ ଚାଲିଯାଇଥିଲା ।ଏହାପରେ ୨୦୨୦ରେ ଜର୍ମାନୀର ଏକ କମ୍ପାନି ତାଙ୍କୁ ସ୍କଲାରସିପ ଭାବେ ପାଖାପାଖି ୭୪ଲକ୍ଷ ଟଙ୍କା ପ୍ରଦାନ କରିଥିଲା ।ଏବେଝିଅ ଏହ କମ୍ପାନିରେ ସିନିୟର ମ୍ୟାନେଜର ଭାବେ କାମ କରୁଛି ବୋଲି ତବରସୁମଙ୍କ ବାପା ସାଦିକ କହିଛନ୍ତି ।

Advertisement

ପାଖାପାଖି ୧୦ହଜାର କିଲୋମିଟର ଦୂରରୁ ଆସିଥିବା ଅଷ୍ଟ୍ରେଲିଆ ଯୁବକଙ୍କ ବିବାହ ଭାରତୀୟ ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା । ତେବେଏହିବିବାହ ଗତ ଡିସେମ୍ବର ୧୮ ତାରିଖରେ ଭାରତୀୟ ରୀତିନୀତିରେ ସମ୍ପର୍ଣ୍ଣ ହୋଇଛି । ତବରସୁମ ପାଠପଢ଼ିବା ପାଇଁ ଅଷ୍ଟ୍ରେଲିଆ ଯାଇଥିବାବେଳେଏସଙ୍କୁ ପ୍ରଥମଥର ଭେଟିଥିଲେ । ଦୁହେଁ ଭଲ ବନ୍ଧୁ ହୋଇଥିବା ବେଳେ ପରବର୍ତ୍ତୀସମୟରେ ଜୀବନସାଥୀ ଭାବେ ବାଟ ଚାଲିବାକୁ ସ୍ଥିରକରି କୋର୍ଟ ମ୍ୟାରେଜ କରି ଦେଇଥିଲେ । ଏହାପରେ ପରିବାର ଲୋକଙ୍କ ସମ୍ମତିରେ ଉଭୟଙ୍କ ବିବାହ ଭାରତୀୟ ରୀତିନୀତିରେ ଗତ ଡିସେମ୍ବର ୧୮ ତାରିଖ ଦିନ ସମ୍ପର୍ଣ୍ଣ ହୋଇଥିଲା ।

Leave a Reply

Your email address will not be published. Required fields are marked *