Pratidin TV

Odisha's Digital News Platform

ବଙ୍ଗୋପସାଗରରେ ବାତ୍ୟା ଭୟ ! ଆସନ୍ତା ୨୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 

1 min read

ବଙ୍ଗୋପସାଗରରେ ଅବପାତ | ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଯାଇଛି | ୧୭ ତାରିଖ ଅର୍ଥାତ ପୁଡୁଚେରୀ ନିକଟରେ ଅବପାତ ଭାବେ କରିବ ଅତିକ୍ରମ | ଯାହାଫଳରେ ପ୍ରବଳ ବର୍ଷା ହେବ ଓ ବୁଡ଼ିଯିବ ଦକ୍ଷିଣ ଭାରତ | ତେବେ ଏହି ବାତ୍ୟା ତାମିଲନାଡୁ ଚେନ୍ନାଇ ଠାରୁ ପୂର୍ବ ଦକ୍ଷିଣ-ପର୍ବ ଦିଗରେ ୩୯0 କିମି ଦୂରରେ ଏବଂ ଆନ୍ଧ୍ରପ୍ରଦେଶ ନେଲରର ଦକ୍ଷିଣ-ପୂର୍ବ ଦିଗର ୪୫0 କିମି ଦୂରରେ ରହିଛି | ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଅତିକ୍ରମ କରିବ |

ତେବେ ଆଜି ଏହା ଉତ୍ତର ତାମିଲନାଡୁ, ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟରେ ପୁଡୁଚେରୀ ଓ ନେଲର ନିକଟରେ ଅବପାତ ଭାବେ ଅତିକ୍ରମ କରିପାରେ | ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ | ଯାହାର ପ୍ରଭାବରେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହେଉଛି | ତେବେ ଆକଳନ ଅନୁସାରେ ସମୁଦ୍ରରେ ଥିବା ବେଳେ ବାତ୍ୟାର ରୂପ ନେବ | ଉପକୂଳକୁ ଆସିବା ବେଏ ଏହା ଦୁର୍ବଳ ହୋଇଯିବ | କିନ୍ତୁର ଏହାର ପ୍ରଭାବରେ ଓଡ଼ିଶାରେ ଏହା ବିସ୍ତୃତ ଭାବରେ ବର୍ଷା ହେବ | ତେବେ ୨୪ ତାରିଖରେ ଏହା ଓଡିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ | ତେବେ ୨ ଦିନ ବର୍ଷାରେ ଏବେ ଉବୁଟୁବୁ ହୋଇଯାଇଛି ଚେନ୍ନନାଇଁ ଠାରୁ ଆରମ୍ଭ କରି ବାଙ୍ଗାଲୋର ସହର |

Advertisement

Leave a Reply

Your email address will not be published. Required fields are marked *