Pratidin TV

Odisha's Digital News Platform

ଅକ୍ଟୋବରରେ ପୁଣି ଆସୁଛି ବଡ ବାତ୍ୟା; ଦୁର୍ଗାପୂଜାକୁ ନଷ୍ଟ କରିବ ସମ୍ଭାବ୍ୟ ବାତ୍ୟା

1 min read

ଭୁବନେଶ୍ୱର : ପୁଣି ଓଡିଶାକୁ ଘାରିଲା ବାତ୍ୟାର ଭୟ । ପ୍ରତିବର୍ଷ ପରି ଏ ବର୍ଷ ଅକ୍ଟୋବରରେ ବି ହୋଇପାରେ ବାତ୍ୟା । ଅକ୍ଟୋବରର ପ୍ରତମ ସପ୍ତାହରେ ବାତ୍ୟା ଆଶଙ୍କା ଦେଖାଦେଇଛି ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଆକଳନ ପରେ ଏଭଳି ଆଶଙ୍କା ବଢ଼ିଛି । ସେପ୍ଟେମ୍ବର ୨୮ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଓ ପରେ ବାତ୍ୟାର ରୂପ ନେଇପାରେ । ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଲଘୁଚାପ ବାତ୍ୟାରେ ପରିଣତ ହେବାକୁ ପାଗ ଅନୁକୂଳ ହୋଇପାରେ ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୧୫ ଦିନ ପୂର୍ବରୁ ହୋଇଥିବା ଆକଳନରେ ଏଭଳି କିଛି ପୂର୍ବାନୁମାନ କରାଯାଇଛି । ତା’ସହ ଅନ୍ୟ କିଛି ପାଣିପାଗ ମଡେଲ୍ ବି ଏନେଇ ସୂଚନା ଦେଇଛି । ତେବେ ଏହାର ପ୍ରଭାବ ଓ ଗତିପଥ କ’ଣ ରହିବ ତାହା ଏଯାଏ ଜଣାପଡ଼ିନି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଓଡିଶା ଉପକୂଳ ଆଡକୁ ମୁହାଁଇ ପାରେ ।

Advertisement

Leave a Reply

Your email address will not be published. Required fields are marked *