Pratidin TV

Odisha's Digital News Platform

ଗତିପଥ ବଦଳାଇଲା ‘ଦାନା’ , ଓଡିଶାରେ ରଚିବ ପ୍ରଳୟ ।

1 min read

ବାତ୍ୟା ଦାନକୁ ନେଇ ଆସିଲା ବଡ ଅପଡେଟ୍ । ଗତିପଥ ବଦଳାଇଲା ବାତ୍ୟା ଦାନା । ଓଡ଼ିଶା ମୁହାଁ ହୋଇ ମାଡିଆସୁଛି ବାତ୍ୟା । ସ୍ଥଳଭାଗରେ ପବନ ସହ ହେବ ପ୍ରବଳ ବର୍ଷା । ସମ୍ଭାବ୍ୟ ବାତ୍ୟା ‘ଦାନା’ ଏବେ ସମୁଦ୍ର ମଧ୍ୟରେ ଦାନା ବାନ୍ଧୁଛି । ଆଉ ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି । ବାତ୍ୟା ସୃଷ୍ଟି ହେବା ପୂର୍ବରୁ ଏନେଇ ବଡ ଅପଡେଟ୍ ଦେଇଛି ପାଣିପାଗ ବିଭାଗ ।

ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତରେ ପରିଣତ ହେବା ପରେ ୨୩ ତାରିଖରେ ବାତ୍ୟାରେ ପରିଣତ ହେବ । ପରେ ୨୪ ତାରିଖ ରାତିରେ ପୁରୀ ଓ ସାଗର ଆଇଲାଣ୍ଡରେ ଉପକୂଳ ଅତିକ୍ରମ କରିବା ନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୁରୀରୁ ସାଗର ଆଇଲାଣ୍ଡ ମଧ୍ୟରେ ହିଁ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’ । IMD ଜାରି କରିଥିବା ମ୍ୟାପ୍ କହୁଛି କେନ୍ଦ୍ରାପଡା-ଭଦ୍ରକ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ପବନର ବେଗ ୧୦୦ ରୁ ୧୧୦ କିମି ମଧ୍ୟରେ ରହିବ । କିଛି ସ୍ଥାନରେ ପବନର ବେଗ ଅଧିକ ରହିପାରେ ।

Leave a Reply

Your email address will not be published. Required fields are marked *