Pratidin TV

Odisha's Digital News Platform

ବାତ୍ୟା ‘ଦାନା’ର ବିଶେଷ ପ୍ରଭାବ ଆଉ ନାହିଁ, ଆଜି ଶୁଖିଲା ରହିବ ପାଗ

1 min read

ବାତ୍ୟା ଦାନା ଦୁର୍ବଳ ହୋଇ ଲୋ ପ୍ରେସରରେ ରହିଛି | ଯାହା ଫଳରେ ଆଉ ବିଶେଷ କିଛି ପ୍ରଭାବ ପଡିବ ନାହିଁ | ଏନେଇ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ମନୋରମା ମହାନ୍ତି କହିଛନ୍ତି | କେବଳ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ରହିବ | ଏହାକୁ ବାଦ ଦେଲେ ଉପକୂଳ ସ୍ଥାନରେ ଏବେ ବି କିଛି ସ୍ଥାନରେ ଝିପି ଝିପି ବର୍ଷା ରହିଛି | ତେବେ ଆଜିଠାରୁ ପାଗ ଶୁଖିଲା ରହିବ | କାଁ ଭାଁ ଜଳୀୟ ବାସ୍ପ ରହିଛି | ସେଥିପାଇଁ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି | ତେବେ ୪ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଓ ୧୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି | ଆଜିଠାରୁ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ତେବେ ବର୍ତ୍ତମାନ ଚାଲିଯାଇଛି ବର୍ଷା | ଏବେ ଦିପାବଳୀ ରେ ଫିକା କରିବନି ବର୍ଷା | ଦୀପାବଳୀରେ ଉଠାଇବେ ଶୀତ ଦିନର ମଜା | କାରଣ ଦୁର୍ବଳ ହୋଇପଡିଛି ବାତ୍ୟା ଦାନାର ଅବଶିଷ୍ଟାଂଶ | ଏହା ଫଳରେ ଓଡିଶାରେ ନାହିଁ ଆଉ ବର୍ଷା | ଦୀପାବଳୀରେ ପଡିବ ଶୀତ | ତେବେ ବାତ୍ୟା ଦାନ ପ୍ରଭାବ ଯୋଗୁଁ ମାସ ଶେଷ ଯାଏଁ ପାଗ ମେଘୁଆ ରହିବ | ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେବ | ତେବେ ୩୧ ତାରିଖ ବେଳକୁ ଦୀପାବଳୀରେ ସୁନ୍ଦରଗଡ଼, ଝାରସୁଗୁଡା ସମେତ ଉତ୍ତର-ପଶ୍ଚିମ ଅଭ୍ୟନ୍ତରଣୀୟ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ପୂର୍ବାନୁମାନ କରିଛି |

Advertisement

Leave a Reply

Your email address will not be published. Required fields are marked *