Pratidin TV

Odisha's Digital News Platform

ଦାନା ପାଇଁ ଆଉ ୩ଦିନ ବନ୍ଦ ରହିବ ଶିମିଳିପାଳ ..

1 min read

ଶେଷ ହେଲା ବାତ୍ୟା ‘ଦାନା’ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା । ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବର୍ତ୍ତମାନ ଘଣ୍ଟାକୁ ୧୦ କିମି ବେଗରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ।ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଥିଲା।

ବାତ୍ୟା ‘ଦାନା’ ହବାଳିଖଟିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି। ବାତ୍ୟା ପ୍ରଭାବ ପରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୨୬, ୨୭, ୨୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରଖାଯିବ। ପ୍ରବଳ ବର୍ଷା ଯୋଗୁଁ ଆଉ ୩ ଦିନ ଶିମିଳିପାଳ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ପୂର୍ବରୁ ୨୪ ଓ ୨୫ ତାରିଖ ବନ୍ଦ ରଖିବାକୁ ଘୋଷଣା ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *