Pratidin TV

Odisha's Digital News Platform

ସମୁଦ୍ର ଭିତରେ ଶକ୍ତି ଗୋଟାଉଛି ‘ଦାନା’,୨୪ ରାତିରେ ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ

1 min read

ଧୀରେ ଧୀରେ ସ୍ପଷ୍ଟ ହେଉଛି ବାତ୍ୟାର ଦାନର ଗତିପଥ | ଭିତରକନିକାରୁ ଧାମରା ଭିତରେ ବାତ୍ୟା ଦାନ ଲ୍ୟାଣ୍ଡଫଲ ହୋଇପାରେ ବୋଲି ଜଣାପଡିଛି | ୨୪ ତାରିଖ ରାତି ଓ ୨୫ ତାରିଖ ଭୋରୁ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ଓଡିଶା ଭିତରକୁ ପ୍ରବେଶ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧00 ରୁ ୧୧0 କିମି ରହିବ ନେଇ ଆଶଙ୍କା କରାଯାଉଛି | ତେବେ ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟାର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବ | ବାତ୍ୟା ପାଇଁ ଅଧା ଓଡିଶା ପ୍ରଭାବିତ ହେବା ନେଇ ରହିଥିବା ବେଳେ ଏହାଥିପାଇଁ ୬ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି |

ବାତ୍ୟା ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଯାଜପୁର ଆପି ସିଧା ପ୍ରଭାବ ପଡିବ | ଅନ୍ୟପଟ ଆଜି ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା ଦାନ | ପୁରୀରୁ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଏହାର ଅତିକ୍ରମ କରିଲା ବେଳେ ପବନର ବେଗ ୧୨0 କିମି ପାଖାପାଖି ଯିବ ବୋଲି ଆକଳନ କରାଯାଇଛି | ଯାହାର ପ୍ରଭାବରେ ଭଦ୍ରକ ଓ ବାଲେଶ୍ୱର ଜିଲାରେ ଉଚ୍ଚ ଜୁଆର ମଧ୍ୟ ଆସିପାରେ | ଏଥିପାଇଁ ଗତକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସହ କମିବ ଦୃଶ୍ୟମାନ କ୍ଷମତା। ଏହାସହ ଭୁସ୍ଖଳନ ହେବା ସହ କଚ୍ଚା ଘର ଓ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ।

Advertisement

Leave a Reply

Your email address will not be published. Required fields are marked *