Pratidin TV

Odisha's Digital News Platform

ଚଢ଼ା ଦରରେ ବିକୁଥିଲେ ଏହି ନମ୍ବରରେ କଲ୍‌ କରନ୍ତୁ , ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ..

1 min read

ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ସନ୍ଧ୍ୟା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଓ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଥିବା ବେଳେ କଣ୍ଟ୍ରୋଲ ରୁମ୍‌ ନମ୍ବର ଗୁଡ଼ିକ ୦୬୭୧-୨୪୨-୨୦୩୨ ଓ ୨୯୯-୨୮୦୦ ଜାରି କରାଯାଇଛି । ଏଥିସହିତ ସମସ୍ତ ଜିଲା ପ୍ରଶାସନ ମଧ୍ୟ ସେମାନଙ୍କର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହେଲା ହେଲ୍‌ପ ଲାଇନ୍‌ ନମ୍ବର। ୦୬୭୪-୨୩୯୬୨୨୭ରେ ଅଭିଯୋଗ କରିପାରିବେ ଖାଉଟି।

କଲ୍‌ କରି ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିପାରିବେ। ଅଭିଯୋଗ ଅନୁସାରେ ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଆଳୁ ପିଆଜ, ଚାଉଳ, ଚୁଡା, ଗୁଡ଼ ଏବଂ ଖାଦ୍ୟ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ଭୟଭୀତ ହେବାର ଆଵଶ୍ୟକତା ନାହିଁ। ଲୋକେ ଆବଶ୍ୟକ ଅନୁଯାୟୀ କିଣନ୍ତୁ। କଳାବଜ଼ାରୀ ନ କରିବା ପାଇଁ ବ୍ୟବସାୟୀଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଯଦି କରନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।ବାତ୍ୟା ମୁକାବିଲା ପାଇଁ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବର୍ତ୍ତମାନ ବିଭାଗର ବୈଠକ ସମାପ୍ତ ହେଲା ।ଏକ ସେଣ୍ଟ୍ରାଲ ୟୁନିଟ କରିଛୁ ସୁବିଧା ଅସୁବିଧା ବୁଝିବାକୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହା ସହ ବିଭାଗକୁ ସତର୍କ ରହିବାକୁ କୁହାଯାଉଛ। ଅତ୍ୟାବଶ୍ୟକ ସାମଗ୍ରୀ ସହ ଚୁଡା, ଗୁଡ଼ ଆଦି ସବୁ ସ୍ଥାନରେ ମହଜୁଦ ରହିଛି।କଳା ବଜାରୀ ଯିଏ କରିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ପକ୍ଷରୁ ଚଢ଼ାଉ କରିବା ପରେ ଏବେ ଆଳୁ ଏବଂ ପିଆଜର ଦର ସ୍ଥିର ରହିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *