Pratidin TV

Odisha's Digital News Platform

‘ହାମୁନ’ ବୁଧୁବାର ସନ୍ଧ୍ୟାରେ କରିବ ଲ୍ୟାଣ୍ଡଫଲ୍‌, ନେଇସାରିଲାଣି ଭୟଙ୍କର ରୂପ..

1 min read

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ହାମୁନ’ । ନେଲାଣି ଭୟଙ୍କର ରୂପ । ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ବାତ୍ୟାରେ ପରିଣତ ହୋଇସାରିଛି । ଏହା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ୨୫ ତାରିଖରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ । କେବଳ କିଛି ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି । ବୁଧୁବାର ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡା-ଚିଟ୍ଟାଗଙ୍ଗ ଭିତରେ ସ୍ଥଳଭାଗ ଛୁଇଁବ । ଘଣ୍ଟା ପ୍ରତି ୧୪ କିମି ବେଗରେ ଗତି କରୁଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ କୌଣସି ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଭୟ କରିବାର ନାହିଁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *