Pratidin TV

Odisha's Digital News Platform

ପୁଣି ଡରାଇଲାଣି ଅକ୍ଟୋବରରେ ବାତ୍ୟା, ୨୨ ତାରିଖ ଆଡ଼କୁ ଓଡ଼ିଶାରେ ରଚିବ ପ୍ରଚଣ୍ଡ ତାଣ୍ଡବ

1 min read

ଅକ୍ଟୋବର ମାସ ଆସିଲେ ସାଧାରଣଙ୍କ ମନରେ ବାତ୍ୟାର ଭୟ ସଞ୍ଚାର ହୁଏ | ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ମାତ୍ରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ବିଚଳିତ କରିଦିଏ | ଏବେ ମଧ୍ୟ ସେହିଭଳି କିଛି ସ୍ଥିତି ସାମ୍ନାକୁ ଆସିଛି | ତେବେ ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟା ଏବେ ସମସ୍ତଙ୍କୁ ଭୟଭୀତ କରିଛି | ଆଗକୁ ବଙ୍ଗପୋସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେବା ନେଇ ଆକଳନ କରୁଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ | କିନ୍ତୁ ସମ୍ଭାବ୍ୟ ବାତ୍ୟାକୁ କୌଣସି ସ୍ପଷ୍ଟୀକରଣ ନେଇ ଭାରତୀୟ ପାଣିପାଗ ପକ୍ଷରୁ ଦିଆଯାଇ ନାହିଁ | ତେବେ ଭୀଷଣ ରୂପ ନେଇ ପରେ ବାତ୍ୟା | ପବନର ବେଗ ୧୫0 କିମି ଡେଇଁପରେ | ତେବେ ଏହା ସିଧା ମାଡ଼ ହେବ ଓଡିଶା ଉପକୂଳରେ ଥିବା ପାରାଦୀପ ଓ ବାଲେଶ୍ୱର ମଝିରେ |

ଗ୍ଲୋବାଲ ଫୋରକାଷ୍ଟିଂ ମଡେଲ ଏଭଳି କିଛି ପୂର୍ବାନୁମାନ ଦେଇଛି | ବାତ୍ୟାର ରୂପ ନେଲେ ଏହାର ନାମ ଦାନା ରଖାଯିବ | ତେବେ ଜିଏଫଏକ୍ସ ପୂର୍ବାନୁମାନ କରୁଛି ଯେ ଓଡିଶାରେ ହିଁ ବୁଲିବ ବାତ୍ୟା | ଉପକୂଳରୁ ଅଭ୍ୟନ୍ତର ଓ ଉତ୍ତର ଓଡିଶା, ସପ୍ତହେ ଯାଏଁ ବର୍ଷ ହେବାର ସମ୍ଭାବନା ରହିଛି | ବାତ୍ୟା ଦୁର୍ବଳ ହେବା ପରେ ମଧ୍ୟ ସପ୍ତାହେ ପର୍ଯ୍ୟନ୍ତ ଓଡ଼ିଶାର ବର୍ଷା ହେବ |

Advertisement

୨୨ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୪ ତାରିଖରେ ଅଧିକ ବର୍ଷା ହୋଇପାରେ। ତଥାପି ନିୟମିତ ମନିଟର କରାଯାଉଛି। ପରବର୍ତ୍ତୀ ସମୟରେ ଅପ୍‌ଡେଟ୍‌ ଦିଆଯିବ । ବାତ୍ୟା ନେଇ କିଛି ଆକଳନ କରାଯାଇନି। ଅବପାତ ନେଇ ପୂର୍ବାନୁମାନ କରିଛୁ ବୋଲି IMD ଡିଜି କହିଛନ୍ତି।

Leave a Reply

Your email address will not be published. Required fields are marked *