Pratidin TV

Odisha's Digital News Platform

୫ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ! ହେବ କି ବାତ୍ୟା ?

1 min read

ବାତ୍ୟା ‘ଦାନା’ ଯିବାର ମାସେ ନ ପୁରୁଣୁ ଆସୁଛି ଆଉ ଏକ ବାତ୍ୟା। ଆସନ୍ତା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ଜଣାନାହିଁ | ପୁଣି ଓଡ଼ିଶାକୁ ଘରିଲା ବାତ୍ୟା ଭୟ! ନିକଟରେ ବାତ୍ୟା ଦାନା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ବାତ୍ୟା ‘ଦାନା’ ଯିବାର ମାସେ ନ ପୁରୁଣୁ ଆସୁଛି ଆଉ ଏକ ବାତ୍ୟା।

ତେବେ ଧିରେ ଧିରେ ଏହା ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଅବପାତରେ ପରିଣତ ହେବେ। ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍ ଥିବା ବେଳେ ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଉପକୂଳରେ ପହଞ୍ଚିବ।

Advertisement

ଯାହାର ପ୍ରଭାବରେ ୭ରୁ ୧୧ ତାରିଖ ମଧ୍ୟରେ ତାମିଲନାଡୁ, ରାୟଲସୀମା ଓ କେରଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଓଡି଼ଶା ଉପରେ ଏହାର ପ୍ରଭାବ ପଡିବ ନାହିଁ। ଆସନ୍ତା ୭ ଦିନ ଯାଏଁ ରାଜ୍ୟର ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।

ତେବେ ଉତ୍ତର- ପୂର୍ବ ଉତ୍ତର ଦିଗରୁ ଆସୁଥିବା ପବନ , ଉପକୂଳ ଶୁସ୍କ ବାୟୁ ସାଙ୍ଗରେ ମିଶିବା ପରେ କିଛି ଅଞ୍ଚଳରେ ଘଡ଼ଘଡି଼ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡି଼ଶାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବର ସମେତ ଦକ୍ଷିଣ ଓଡି଼ଶାର ଉପକୂଳରେ ନଭେମ୍ବର ୨ରୁ ୬ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବାକୁ ଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରିଣ ରେ ୨.୫ ଡିଗ୍ରୀ କମିବ। ୬ ତାରିଖ ପରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ସର୍ବନିମ୍ନ ତାପମାତ୍ରା ବଢିବ।

ଆଜି ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ସଂଲଗ୍ନ ଥାଇଲାଣ୍ତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ ତାରିଖରେ ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପରିଣତ ହେବ। ଏହାର ତିନି ଦିନ ପରେ ଏହା ଅବପାତରେ ପରିଣତ ହେବ।

Leave a Reply

Your email address will not be published. Required fields are marked *