Pratidin TV

Odisha's Digital News Platform

ଚାଷୀଙ୍କ ମୁଣ୍ଡରେ ଚଡକ ; ସଚେତନ ପରେବି ବାତ୍ୟା ମିଗଜୋମ ଉଜାଡ଼ି ଦେଲା ସୁନାର ଫସଲ ….

କୋରାପୁଟ ; ହାତରେ ମୁଣ୍ଡଦେଇ ଚିନ୍ତାରେ ବିଲରେ ବସିଛି ଗରିବ ଚାଷୀ । ଉଜୁଡିଯାଇଛି ସୁନାର ଫସଲ । ବାତ୍ୟା ପ୍ରଭାବ ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି।କୋରାପୁଟ ଜିଲ୍ଲା ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବୋରିଗୁମ୍ମା ଅଞ୍ଚଳରେ ଲାଗି ରହିଥିବା ବର୍ଷା ଯୋଗୁଁ ଚାଷୀଙ୍କ ଅମଳ ଧାନ ଫସଲ ନଷ୍ଟ ହୋଇଛି।

ଚାଷୀ ପୂର୍ବାନୁମାନ ବାତ୍ୟା ବିଷୟରେ ଅବଗତ ହୋଇଥିଲେ ମଧ୍ୟ ଧାନ ଫସଲ କ୍ଷେତରୁ କାଟି ଆଣି ସାଇତି ରଖିବା ପାଇଁ ସମୟ ପାଇଲେ ନାହିଁ। ଜମିରେ ଧାନ କାଟି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଜମିରେ ବର୍ଷା ଯୋଗୁଁ ଏକର ଏକର ଧାନ ପାଣିରେ ବୁଡି ଖରାପ ହୋଇଛି। ପାହାଡିଆ ଅଞ୍ଚଳରେ ଥିବା ଚାଷ ଜମି ରେ ଅତ୍ୟଧିକ ପାଣି ମାଡ଼ି ଆସିଥିବା ଯୋଗୁଁ ଅଧିକ ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଛି।ଚାଷୀଙ୍କ ପିଛା ଛାଡ଼ୁନି ଚିନ୍ତା ଧାର କରଜ କରି ଚାଷୀ ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଧାନ ଅମଳ ସମୟକୁ ଅପେକ୍ଷା କରିଥାଏ କିନ୍ତୁ ବାତ୍ୟା ଚାଷୀଙ୍କୁ ଦୁଃଖ ଦେଇଯାଇଛି ।

Leave a Reply

Your email address will not be published. Required fields are marked *