Pratidin TV

Odisha's Digital News Platform

ମାଡ଼ି ଆସୁଛି ଭୟଙ୍କର ରେମାଲ , ହେଲା ଟ୍ରେନ୍ ବାତିଲ..

1 min read

ତୀବ୍ର ବାତ୍ୟାର ରୂପ ନେଇ ସାରିଛି ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ସେଥିପାଇଁ ଏବେ ୬ଟି ଟ୍ରେନ୍ ବାତିଲ୍ । ଆଜି ଓ କାଲି ପାଇଁ ୬ଟି ଟ୍ରେନ୍ ବାତିଲ୍ କଲା ଦକ୍ଷିଣ-ପୂର୍ବ ରେଳପଥ । ହାୱଡ଼ା-ଦୀଘା-ହାୱଡ଼ା ଏକ୍ସପ୍ରେସ ଆଜି ପାଇଁ ବାତିଲ । ପଂଶକୁରା-ଦୀଘା ମେମୁ, ପଂଶକୁରା-ଦୀଘା EMU ଟ୍ରେନ୍ ବାତିଲ ହୋଇଛି । କାଲି ପାଇଁ ଦୀଘା-ପଂଶକୁରା EMU, ଦୀଘା-ପଂଶକୁରା ମେମୁ ବାତିଲ । ଦୀଘା-ପୁରୀ ସାପ୍ତାହିକ ଟ୍ରେନ୍ ଆଜି ଦୀଘା ବଦଳରେ ଖଡଗପୁରରୁ ବାହାରିବ ।ଗତକାଲି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ଆଜି ଭୀଷଣ ବାତ୍ୟାର ରୂପ ନେଇଛି । ଏବେ ଉତ୍ତର ବଙ୍ଗୋପସାଗରରେ ରହିଛି । ଭୀଷଣ ବାତ୍ୟା ‘ରେମାଲ’ର ଗତି ମୁଖ୍ୟତଃ ଉତ୍ତର ଦିଗକୁ ରହିବ ଓ ଏହା ଆହୁରି ତୀବ୍ର ରୂପ ଧାରଣ କରିବାର ସମ୍ଭାବନା ରହିଛି ।

ସ୍ଥଳଭାଗ ମୁହାଁ ବାତ୍ୟା ‘ରେମାଲ’, ଆଜି ମଧ୍ୟରାତ୍ରୀରେ ଛୁଇଁବ ସ୍ଥଳଭାଗ ଲୋକସଭା ନିର୍ବାଚନ ୨୦୨୪ ଆସନ | ଆଜି ମଧ୍ୟରାତ୍ର ସୁଦ୍ଧା ଏହା ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ପାଖାପାଖି ଦକ୍ଷିଣ-ପଶ୍ଚିମ ମଙ୍ଗଲା (ବାଂଲାଦେଶ ପାଖରେ ଅବସ୍ଥିତ ଏକ ସ୍ଥାନ) ଦେଇ ଏହା ସ୍ଥଳଭାଗକୁ ଛୁଇଁବ। ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ହୋଇ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଉପକୂଳକୁ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ବେଗର ପବନ ହେବ । ଏହାର ପ୍ରଭାବରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ଏହି ସବୁ ଜିଲ୍ଲାରେ ମୁଖ୍ୟତଃ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଓଡ଼ିଶାର ଦକ୍ଷିଣ-ଉତ୍ତର ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ। ଏହି ସମୟରେ ସମୁଦ୍ର ବହୁତ ଅଶାନ୍ତ ରହିବ। ସେଥିପାଇଁ ସମୁଦ୍ରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *