Pratidin TV

Odisha's Digital News Platform

ଦୀପାବଳୀରେ ଅଘଟଣ: ବାଣ ନିଆଁରେ ଜଳିଗଲା ଡାବ ବସ୍ତି..

1 min read

ଯାଜପୁର : ଦୀପାବଳୀ ସମସ୍ତ ଙ୍କ ପାଇଁ ଆନନ୍ଦ ଉଲ୍ଲାସର ପର୍ବ ପାଲଟିଥିବା ବେଳେ ଗତକାଲି ରାତି ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ୧୩ନମ୍ୱର ୱାର୍ଡ଼ ଡାବ ସାହି ବସ୍ତି ବାସିନ୍ଦା ଙ୍କ ପାଇଁ ସାଜିଥିଲା କାଳ ରାତ୍ରି । ସମସ୍ତେ ଉତ୍ସବକୁ ପାଳନ କରୁଥିବା ବେଳେ ହଠାତ୍ କେଉଁ ଆଡୁ ବାଣ ଆସି ବସ୍ତି ଉପରେ ପଡିଥିଲା । କେହି କିଛି ଭାବିବା ଆଗରୁ ସବୁ ଜରି ପାଲ ଘେରା ହୋଇଥିବା ଘର ଗୁଡ଼ିକ ଚାହୁଁ ଚାହୁଁ ଲୋକଙ୍କ ଆଖି ଆଗରେ ଜଳିଉଠିଥିଲା । ଏନେଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରାଇବାକୁ ଉଦ୍ୟମ କରିଥିଲା । ସେପଟେ ପରିବାର ବର୍ଗଙ୍କୁ ଆବଶ୍ୟକ କ୍ଷତିପୂରଣ ଓ ଆସବାବ ପତ୍ର ଯୋଗାଇ ଦେବା ପାଇଁ କାଉନସିଲ ବୁଦୁନି ଦରାଇ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *