Pratidin TV

Odisha's Digital News Platform

ମିଥୁନ ଚକ୍ରବର୍ତ୍ତିଙ୍କୁ ଦାଦା ସାହେବ ଫାଲକେ ସମ୍ମାନ , କେନ୍ଦ୍ର ମନ୍ତ୍ରୀ କଲେ ଏଭଳି ପ୍ରଶଂସା ।

1 min read

କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ସିନେମାରେ ଅବଦାନ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ୮ ଅକ୍ଟୋବର ୨୦୨୪ ରେ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ଅଭିନେତାଙ୍କୁ ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଭିନେତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଟ୍ଵିଟ୍ ରେ ସେ ଲେଖିଛନ୍ତି, “ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ପ୍ରଦାନ କରିବାକୁ ଦାଦାସାହେବ ଫାଲକେ ସିଲେକସନ ଜୁରି ଘୋଷଣା କରିବା ଗୌରବର ବିଷୟ। ଅକ୍ଟୋବର ୮ ରେ ୭୦ ତମ ନ୍ୟାସନାଲ ଫିଲ୍ମ ଆୱର୍ଡ ସେରମନିରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ମିଥୁନଙ୍କ ଯାତ୍ରା ପ୍ରେରଣାଦାୟକ ଅଟେ । ତାଙ୍କର ହିଟ୍ ଚଳଚ୍ଚିତ୍ରଗୁଡ଼ିକରେ ଡିସ୍କୋ ନୃତ୍ୟଶିଳ୍ପୀ, ଅଗ୍ନିପଥ ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *