Pratidin TV

Odisha's Digital News Platform

ପୋଲିସ ସାମ୍ନାରେ ଦାଦାଗିରି , କାହିଁକି ବିଜେପି ବିଧାୟକଙ୍କୁ ପିଟିଲେ ଓକିଲ ।

1 min read

ପୋଲିସ ଆଖିସାମ୍ନାରେ ଘଟୁଥିଲା ସବୁକିଛି ଆଉ ଫିଲ୍ମ ସିରିୟେଲରେ ଦେଖାଉଥିବା ସିନ୍ ଭଳି ସବୁ ସରିବା ପରେ ପହଞ୍ଚିଥିଲା ପୋଲିସ । ସର୍ବ ସମ୍ମୁଖରେ ଜଣେ ବିଜେପି ବିଧାୟକଙ୍‌କୁ ମାଡ ମାରିଛନ୍ତି ଓକିଲ ବାବୁ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ।

ମିଳିଥିବା ଖବର ଅନୁଯାୟୀ ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବସମ୍ମୁଖରେ ଆଜି କଲର ଟାଣି ମାଡ ମାରିଥିଲେ ବାର୍ ଆସୋସିଏସନ୍ ସଭାପତି ଆବଧେଶ ସିଂହ ।

Advertisement

ଘଟଣାଟି ଏମିତି କି ସହରୀ ସମବାୟ ବ୍ୟାଙ୍କ ନିର୍ବାଚନ କୁ ନେଇ ଆଜି ଉଭୟ ମୁହାଁମୁହିଁ ହୋଇଥିଲେ। ଏହାରି ଭିତରେ ଅବଧେଶ ସିଂହ ରାଗି ଯାଇ ପୁଲିସ ସମ୍ମୁଖରେ ବିଧାୟକଙ୍କୁ ପିଟିଥିଲେ। ଏହା ପରେ ଅନ୍ୟ ଓକିଲମାନେ ମଧ୍ୟ ବିଧାୟକଙ୍କୁ ଘେରିଯାଇ ମାଡ଼ ମାରିଥିଲେ।ଏହି ମାର୍‌ପିଟ୍‌ ବେଳେ ଯେତେବେଳେ ବିଧାୟକ ଓ ତାଙ୍କ ସହଯୋଗୀ ବାର୍ ଆସୋସିଏସନ୍ ସଭାପତିଙ୍କ ନିକଟକୁ ଦୌଡ଼ିଥିଲେ। ଏତିକି ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ବିଧାୟକ ଗୋଷ୍ଠୀ ଭୋଟର୍‌ଙ୍କ ତାଲିକା ଚିରିବା ସହ ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *