Pratidin TV

Odisha's Digital News Platform

ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ….

1 min read

ନୂଆପଡା : ପୁଣି ସାମ୍ନାକୁ ଆସିଲା ଦାଦନ ଯନ୍ତ୍ରଣା, ଉଦ୍ଧାର ପାଇଁ ଭିଡ଼ିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ଶ୍ରମିକ। ଜବରଦସ୍ତି କାମ କରାଇବା ସହ କାମ କରିବାକୁ ମନା କଲେ ଶାରୀରିକ ଏବଂ ମାନସିକ ନିର‌୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ହରି ମାଝୀ ନାମକ ଜଣେ ବୟସ୍କ ଶ୍ରମିକଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଏକ ଭିଡିଓ ମାଧ୍ୟମ ରେ ସରକାରଙ୍କୁ ଅନୁରୋଧ କରି ସେମାନଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ହରି ମାଝୀ ।

ନୂଆପଡା ଜିଲ୍ଲା ବୋଡେ଼ନ ଓ କୋମନା ବ୍ଲକର ୪୫ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ର ବିଜେୱାଡା ଗୁଣ୍ଡୁର ନିକଟସ୍ଥ ମାଛରଲାରେ ଆଜିକୁ ୬ମାସ ହେଲା ଇଟା ଭାଟି ରେ କାମ କରୁଛନ୍ତି କ୍ଷକୋମନା ବ୍ଲକ କାମକେଡା ଗାଁ ର ଦାଦନ ଦଲାଲ ଭଗବାନ ତାଣ୍ଡି ପ୍ରତି ଶ୍ରମିକଙ୍କୁ ଚାଳିଶ ହଜାର ଟଙ୍କା ଦେଇ କାମ କରିବାକୁ ନେଇଥିଲେ। ଛଅ ମାସ ପୁରି ଯାଇଥିବାରୁ ସେମାନଙ୍କୁ ଛାଡି ଦେବାକୁ ଶ୍ରମିକ ମାନେ କହିବାରୁ ଟଙ୍କା ଅନୁସାରେ କାମ ସରିନାହିଁ ଓ ଆହୁରି ଅନେକ ଦିନ କାମ କର, ନଚେତ୍ ଟଙ୍କା ଦେଇ ଦିଅ ବୋଲି ସର୍ଦ୍ଦାର କହୁଛନ୍ତି ବୋଲି ଶ୍ରମିକ ମାନେ କହୁଛନ୍ତି।

Advertisement

ଏନେଇ ଦଲାଲ ଭଗବାନଙ୍କୁ ଶ୍ରମିକ ମାନେ ଯୋଗାଯୋଗ କରିବାରୁ ଟଙ୍କା ଫେରାଇ ଦିଅ ବୋଲି କହୁଥିବା ଶ୍ରମିକ ମାନେ କହିଛନ୍ତି।ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଭିଡିଓ ମାଧ୍ୟମ ରେ ଉଲ୍ଲେଖ କରିବା ସହ ସେମାନଙ୍କୁ ଶୀଘ୍ର ଉଦ୍ଧାର ପାଇଁ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *