Pratidin TV

Odisha's Digital News Platform

ବିଶ୍ୱ ଦହିବରା ଦିବସ , ସାରା ଓଡିଶାକୁ ବିଶ୍ୱ ଦରବାରରେ ପହଞ୍ଚାଇଛି କଟକର ଦହିବରା ..

1 min read

ଆଜି ହେଉଛି ବିଶ୍ୱ ଦହିବରା ଦିବସ । ଆଉ ଏହି ଦହିବରା ଦିବସକୁ ବେଶ୍ ଧୁମ୍ ଧାମରେ ପାଳନ କରୁଛନ୍ତି କଟକିଆ ମାନେ । ସାରାବିଶ୍ୱ ଦରବାରେ କଟକର ଦହିବରାକୁ ମିଳିଛି ଏକ ସ୍ୱତନ୍ତ୍ର ସ୍ଥାନ । ଦହିବରା ଆଳୁଦମ୍ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ । ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍‌ର ସୁଆଦ ଟିକେ ନିଆରା । ଏଠାକାର ଲୋକ ଦହିବରା ଆଳୁଦମ୍ ଖାଇବାକୁ ଖୁବ ଭଲ ପାଆନ୍ତି । ଯେତେବେଳ ଦହିବରା ଆଳୁଦମ କଥା ମନକୁ ଆସେ ସେତେବେଳେ କଟକରେ ମିଳିଥିବା ସୁଆଦିଆ ଦହିବରା ଆଳୁଦମ୍ କଥା ମନେପଡ଼େ ।

ଏଠାରେ ଦହିବରା ଆଳୁଦମ୍ ପ୍ରସ୍ତୁତ କରୁଥିବା ବେପାରୀ ବିଭିନ୍ନ ସ୍ଥାନରେ ଷ୍ଟଲ ପକାଇ ବେଶ୍ ସଫଳତା ହାସଲ କରିଛନ୍ତି । ଦହିବରା କଥା ଉଠିଲେ କଟକର ନାଁ ଥାଏ ଆଗରେ । ଯେଉଁଠି ଦହିବରା ଖାଓନା କାହିଁକି କଟକ ଦହିବରା ର ସ୍ୱାଦ ସବୁଠୁଁ ଭିନ୍ନ । ଆଜିର ଦିନକୁ ଅର୍ଥାତ୍ ମାର୍ଚ୍ଚ ଏକ ତାରିଖ କୁ ଦହିବରା ଦିବସ ଭାବେ ପାଳନ କରାଯାଏ । ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ମଧ୍ୟରେ ଦହିବରା ଆଳୁଦମର ନାମ ରହିଛି । ଖରାଦିନ ହେଲେ ଦହିବରା ଷ୍ଟଲ ପାଖରେ ବେଶି ଭିଡ ଦେଖିବାକୁ ମିଳେ ।

Advertisement

ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ମିଳିଥାଏ କଟକ ସହରର ବିଡାନାସୀ ଦହିବରା ର ଉତ୍ପତ୍ତି ସ୍ଥଳ ହୋଇଥିବା ବେଳେ ଏହା କ୍ରମେ ବୃଦ୍ଧି ପାଇ ସହର ବିଭିନ୍ନ ସ୍ଥାନ ମାନଙ୍କରେ ବର୍ତ୍ତମାନ ୧୦୦୦ ରୁ ଉର୍ଦ୍ଧ୍ୱ ଷ୍ଟଲ ରହିଛି । ସତେ ଯେପରି ଦହିବରା ବିନା କଟକିଆଙ୍କ ଦିନ ଖାଇବା ଅଧା ରହିଯାଏ । ଦହିବରା ଆଳୁଦମ କ୍ରମାଗତ ଭାବେ ପୁରସ୍କୃତ ହୋଇ ଆସୁଥିବା ବେଳେ ଏହାକୁ ଜି.ଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ସହରବାସୀ ଉଠାଉଛନ୍ତି ସ୍ୱର ।

Leave a Reply

Your email address will not be published. Required fields are marked *