ରାଜ୍ୟରୁ ଆଜି ୮୧୬ ଆକ୍ରାନ୍ତ ଚିହ୍ନଟ
1 min readଭୁବନେଶ୍ୱର : ଦେଶରେ ପୁଣି ଥରେ କେରୋନା ପରିସ୍ଥିତି ବିଗୁଡୁଥିବାବେଳେ ,ରାଜ୍ୟରେ ଦୈନିକ ସଂକ୍ରମଣ ଗତକାଲି ଅପେକ୍ଷା ଆଶିଂକ କମିଛି । ଗତକାଲି ୮୭୨ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଆଜି ୮୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୭୭ ଜଣ ଚିହ୍ନଟ ହୋଇଥିବା ବେଳେ , ସ୍ଥାନୀୟ ସଂକ୍ରମଣରୁ ୩୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୮ ବର୍ଷରୁ କମ ବୟସ ମଧ୍ୟରେ ୧୧୮ ଜଣ ଆକ୍ରାନ୍ତ ଥିବା ସୂଚନା ଦେଇଛି ସୂଚନା ଯୋଗାଯୋଗ ଓ ଲୋକସର୍ମ୍ପକ ବିଭାଗ ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ବେଳେ,କଟକରୁ ୭୮,ମୟୁରଭଞରୁ ୨୯,ନୟାଗଡରୁ୨୬,ନବରଙ୍ଗପୁରରୁ ଂ୭,ଯାଜପୁରରୁ୨୬,ଜଗତସିଂହପୁର,ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୧୩ ଜଣ ଲେଖାଏଁ ,ଦେଓଗଡରୁ୫,ଢେଙ୍କାନାଳରୁ୬,ଗଜପତିରୁ୯,କଳାହାଣ୍ଡିରୁ୭,କେଉଁଝରରୁ୧୦,କୋରାପୁଟରୁ ୩, ଅନୁଗୁଳରୁ ୭,ଭଦ୍ରକରୁ ୭,ବାଲେଶ୍ୱରରୁ୧୩,ବଲାଙ୍ଗିରରୁ ୧୦,ବୌଦ୍ଧରୁ୧୧,ବରଗଡରୁ ୭ ଜଣ ସଂକ୍ରମିତ ଚିହ୍ନଟ ।
ରାଜ୍ୟରେ ସକ୍ରିୟ ମାମଲା ୫୯୧୧ ଥିବାବେଳେ ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ୯୯ହଜାର,୯୨୮ ରେ ପହଞ୍ଚିଛି ।ଗତ ୨୪ ଘଣ୍ଟମଧ୍ୟରେ ୬୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବାବେଳେ, ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୮୩୫ ରେ ପହଞ୍ଚିଛି ।