ରାଜ୍ୟରେ ପୁଣି ଉପରମୁହାଁ କରୋନା : ଆଜି ୧୧ ଶହ ଟପିଲା ସଂକ୍ରମଣ
1 min readଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗତ ଦୁଇଦିନ ମଧ୍ୟରେ ସାମାନ୍ୟ ଉପାର ତଳ ହେଉଥିବା ବେଳେ ,ଆଜି କରୋନା ମିଟର ଦ୍ରୂତଗତିରେ ଉପର ମୁହାଁ ହେବାରେ ଲାଗିଛି । ଗତକାଲି ସଂକ୍ରମଣ ୮୧୨ ଥିବାବେଳେ ତାହା ୨୪ ଘଣ୍ଟା ମଧ୍ୟରେ ବୃଦ୍ଧି ପାଇ ସଂକ୍ରମଣ ୧୧୨୨ ରେ ପହଞ୍ଚିଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱରେଣ୍ଟାନରେ ,୪୬୪ ଜଣ ସ୍ଥାନୀୟ ସଂକ୍ରମଣରୁ ଏବଂ ୧୮ବର୍ଷ ବର୍ଗ ମଧ୍ୟରେ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଛନ୍ତି ।
ତେବେ ଚିହ୍ନଟଙ୍କ ମଧ୍ୟରୁ ସବୁଦିନ ଭଳି ଆଜିବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବଧିକ ୩୦୭ ଜଣ ,କଟକରୁ୧୩୨,ସୁନ୍ଦରଗଡରୁ ୧୯୭,ଷ୍ଟେଟପୁଲରୁ ୭୧,ସମ୍ବଲପୁରରୁ୬୫,ସୋନପୁରେୁ ୪୨,ମୟୁରଭଞରୁ୫୩,ପୁରୀରୁ୨୪,ଯାଜପୁରରୁ୨୬,ଝାରସୁଗୁଡାରୁ୨୫,ଜଗତସିଂହପୁରରୁ୨୦,ନୟାଗଡରୁ୧୪,କଳାହାଣ୍ଡିଓନୂଆପଡାରୁ୧୩,ବାଲେଶ୍ୱର,ବଲାଙ୍ଗିରଓଭଦ୍ରକରୁ୧୨,ଗଜପତିରୁ ଓ କେନ୍ଦ୍ରାପଡାରୁ ୧୧,କେଇଁଝରଓରାୁଗଡାରୁ୧୦, ବରଗଡରୁ୮,ଦେଓଗଡଓନବରଙ୍ଗପୁର୭,କୋରାପୁଟଓବୌଦ୍ଦରୁ୬ଜଣ ଲେଖାଏ,କଳାହାଣ୍ଡିଓକନ୍ଦମାଳରୁ୩,ଗଞାମଓଢେଙ୍କାନାଳରୁ୨,ସେହିପରି ଅନୁଗୁଳରୁ ସବୀନିମ୍ନ୧ ଜଣ ଚିହ୍ନଟ ହୋଇଚନ୍ତି ।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ,ରାଜ୍ୟରେ ବର୍ତ୍ତମାନ ସୁର୍ଦ୍ଧା ମୋଟ୍ ୧୩,୦୧,୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ତେବେ ୬୭୦୧ ଆକ୍ଟିଭ କେସ୍ ଥିବାବେଳେ ,୭୩୭ ନୂଆ ସୁସ୍ଥ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସୋଖ୍ୟା ୧୨ଲକ୍ଷ ୮୬ ହଜାର ୧୧୧ ରେ ପହଞ୍ଚିଛି ।ଏଯାଏ ରାଜ୍ୟରେ ୩ କୋଟି୨୪ ଲକ୍ଷ୧୦ହଜାର୮୪୭ ସାମ୍ପୁଲ ଟେଷ୍ଟ ସରିଛି ।