Pratidin TV

Odisha's Digital News Platform

ଖସିଲା କରୋନା ଗ୍ରାଫ୍ : ରାଜ୍ୟରେ ୨୪ଘଣ୍ଟାରେ ୬୬୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତ୍ୟକଦିନ ନିଜର ରୂପ ବଦଳାଉଛି କରୋନା ।କେତେବେଳେ ଦୈନିକ ସଂକ୍ରମଣ ହୁ ହୁ ହୋଇ ପଡୁଛି ,ପୁଣି କେତେବେଳେ ଏହା ହଠାତ୍ ତଳକୁ ଖସୁଛି । ତେବେ ଗତ ୨୪ ଘଣ୍ଟାରେ ଓଡିଶାରୁ ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୮୭ଜଣ,ସ୍ଥାନୀୟ ସଂକ୍ରମଣରୁ ୨୭୫ ଜଣ ଥିବାବେଳେ ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୨ ଜଣ ,ସୁନ୍ଦରଗଡରୁ୧୪୨,ମୟୁରଭଢରୁ୭୮,ସମ୍ବଲପୁରରୁ୪୮,କଟକରୁ୩୮,ନୟାଗଡ,ବରଗଡଓ କଳାହାଣ୍ଡିରୁ୧୨,କୋରାପୁଟରୁ୧୫,ନୂଆପଡରୁ୧୧,ଭଦ୍ରକରୁ୧୩,ଜଗତସିଂହପୁରରୁ ୧୦,ବଲାଙ୍ଗିର ଓ କନ୍ଧମାଳରୁ ୯,ଯାଜପୁରରୁ୮,ଦେଓଗଡଓ ଗଜପତିରୁ ୫,ନବରଙ୍ଗପୁରଓପୁରୀରୁ ୬,ଝାରସୁଗୁଡା,ବୌଦ୍ଧ,ବାଲେଶ୍ୱରରୁ୪,ଗଞାମରୁ ସର୍ବନିମ୍ନ ୧ ଜଣ ଆକ୍ରାନ୍ତ ଚିହ୍ନଟ ।


ସେହିପରି ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୩ଲକ୍ଷ ୭ହଜାର ୯୧୧କୁ ବୃଦ୍ଧି ପାଇଥିବାବେଳେ ,ନୂଆସୁସ୍ଥ ସଂଖ୍ୟା ୧୦୦୬ କୁ ମିଶାଇ ସର୍ବମୋଟ ୧୨ ଲକ୍ଷ ୯୧ ହଜାର ୬୬୯ ଜଣ ଆକ୍ରାନ୍ତ ଏଯାଏ ସୁସ୍ଥ ହୋଇ ଫେରିଲେଣି ।

Leave a Reply

Your email address will not be published. Required fields are marked *