Pratidin TV

Odisha's Digital News Platform

ଏଥର ଦୁଲକରଙ୍କ ସହ ରୋମାନ୍ସ କରିବେ ଏହି ବଲିଉଡ୍ ନାୟିକା , ନଜର ଆସିବେ ସାଉଥର ଅପକମିଙ୍ଗ ଚଳଚ୍ଚିତ୍ରରେ..

1 min read

ନୂଆଦିଲ୍ଲୀ : ଏବେ ବଲିଓଡ୍ ଏବଂ ଟଲିଓଡ୍‌ରେ ଚାଲିଛି ଗୁଆ ଦିଆ ନିଆ ବନ୍ଧୁ ସର୍ମ୍ପକ । ବଲିଉଡ୍‌ରୁ କିଛି ସାଉଥ୍ ମୁହାଁ ହେଉଥିବା ବେଳେ ସାଉଥ୍ ହିରୋଇନ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ସାଉଥ୍ ଫିଲ୍ମଗୁଡ଼ିକ ଏବେ ହିନ୍ଦୀ ଭାଷୀ ଦର୍ଶକଙ୍କଠାରୁ ଖୁବ୍ ପ୍ରଶଂସା ସାଉଁଟୁଥିବାବେଳେ ଅଭିନେତ୍ରୀ ଡାଏନା ପେଣ୍ଟି ଏ ବର୍ଷ ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଅଭିନେତା ଦୁଲକର ସଲମାନ ଷ୍ଟାରର୍ ମାଲାୟାଲମ୍ ଫିଲ୍ମ ‘ସାଲ୍ୟୁଟ୍’ ଜରିଆରେ ସାଉଥ୍ରେ ଏଣ୍ଟ୍ରି କରିଛନ୍ତି ଡାଏନା ।ଜବରଦସ୍ତ ଥ୍ରିଲର ସହ ଦୁଲକର ସଲମାନ ଏଥିରେ ଜଣେ ପୋଲିସ ଅଫିସର ବାବେ ନଜର ଆସୁଥିବା ବେଳେ । ତାଙ୍କ ସହ ସ୍କ୍ରିନ ସେୟର କରିଛନ୍ତି ବଲିଉଡ୍‌ର ସିମ୍ପିଲ ଗର୍ଲ ଡାଏନା ।

ତେବେ ଡାଏନା ବଲିଉଡ୍‌ର ଜଣେ ଦକ୍ଷ କଳାକାର ଭାବରେ ଅନେକ ଭଲ ଭଲ ଫିଲ୍ମରେ ନିଜର ଦକ୍ଷତା ବା ପ୍ରତିଭା ଦେଖାଇପାରିଛନ୍ତି । ସେ ସୈଫ୍‌ଙ୍କ ସହ କକ୍‌ଟେଲ , ପରମାଣୁ, ହାପି ଭାଗ୍ ଯାଏଗି , ସିଦତ୍ ଭଳି ହିଟ୍ ଫିଲ୍ମ ଗୁଡିକରେ କାମ କରିସାରିଥିବା ବେଳେ । ଏଥର ସାଉଥ୍‌ରେ ପାଦ ଥାପିଚନ୍ତି ଏହି ନାୟିକା । ତେବେ ତାଙ୍କ ପ୍ରଶଂସକମାନେ ଏହି ଖବରଟିକୁ ଶୁଣିବା ପରେ ବେସ୍ ଖୁସି ଅଛନ୍ତି ।

Advertisement

ତେବେ ତାଙ୍କ ଅନୁଭୂତିକୁ ବାଣ୍ଟିବାକୁ ଯାଇଂ ଡାଏନା କହିଛନ୍ତି । ଯେ ସାଉଥ୍‌ର ଲୋକମାନଙ୍କ ନମ୍ରତା,ଭଦ୍ରବ୍ୟବହାର ଏବଂ ଭଲପାଇବା ବିହୟରେ ଖୁବ୍ ଶୁଣିଥିଲି । କିନ୍ତୁ ଏହି ଫିଲ୍ମ ଜରିଆରେ ତାହା ଅନୁଭବ କରିପାରିଛି । ସାଉଥ୍ ଫିଲ୍ମ ସହ ମୁଁ ବେଶି ପରିଚିତ ନ ଥିଲି । ଏବେ କିନ୍ତୁ ଦୁଲକରଙ୍କ ସହ କାମ କରି ବହୁତ ଉପଭୋଗ କରିଛି । ଭିନ୍ନ ଭିନ୍ନ ଭାଷାର ଫିଲ୍ମରେ କାମ କରିବା ବାସ୍ତବରେ ବଡ଼ ଚ୍ୟାଲେଞ୍ଜ୍ । ଫିଲ୍ମରେ ମୋର ଅଧିକ ଡାଇଲଗ୍ ନ ଥିଲା । ମାଲାୟାଲମ୍ ଭାଷା ସହ ପରିଚିତ ନ ଥିଲେ ଅଭିନୟ ଏତେ ସହଜ ନୁହେଁ । ତେଣୁ ମୋତେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ।’

ସେହିପରି ଅପ୍କିମଙ୍ଗ ହିନ୍ଦୀ ଫିଲ୍ମ ‘ସେଲ୍ଫି’ର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି ଡାଏନା । ଏଥିରେ ଅକ୍ଷୟ କୁମାର, ଇମ୍ରାନ ହାଶ୍ମି ଓ ନୁସରତ ଭରୁଚା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ‘ଅବଧୁତ୍’ ଫିଲ୍ମରେ ବି ସେ ନଜର ଆସିବେ । ଏହାକୁ ମିଶାଇ ତାଙ୍କ ହାତରେ ମୋଟ୍ ୪ଟି ଫିଲ୍ମ ରହିଛି, ଯାହାର ସୁଟିଂ ସେ ଶେଷ କରିଛନ୍ତି । କାମ ବ୍ୟସ୍ତତା ଦୃଷ୍ଟିରୁ ଚଳିତ ବର୍ଷକୁ ସେ ବେଶ ଉତ୍ସାହଜନକ ବର୍ଷ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *