ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର,ଡିବିଟିରେ ମିଳିବ ଟଙ୍କା’..
1 min readଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଈଁ ଡିବିଟି ଲାଗୁ କରିବ ଓମଫେଡ୍ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଦୁଗ୍ଧ ବାବଦ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଆକାଉଣ୍ଟକୁ ଯିବ ଟଙ୍କା। ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା।
ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବାକୁ ଯୋଜନା କରାଯାଉଛି। ଶ୍ରୀମନ୍ଦିରରେ ଦୈନିକ ୪ ଟନ୍ ଘିଅ ଆବଶ୍ୟକ ରହିଛି। ଓମ୍ଫେଡ ରିହାତି ଦରରେ ଘିଅ ଯୋଗାଇ ଦେବ। ଓମ୍ଫେଡ୍ର ଦୈନିକ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ କ୍ଷମତା ରହିଛି। ଆବଶ୍ୟକ ହେଲେ ସବୁ ମନ୍ଦିରକୁ ଘିଅ ଯୋଗାଇବାକୁ ପ୍ରସ୍ତୁତ ଓମ୍ଫେଡ ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।