Pratidin TV

Odisha's Digital News Platform

ଶଙ୍ଖ ଧରିଲେ ଯାତ୍ରା କଳାକାର , ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ଦଳରେ ସାମିଲ ହେଲେ ୩୦୦ କଳାକାର …

ଅଭିନେତାରୁ ରାଜନେତା । ଯାତ୍ରା ମଞ୍ଚ ନୁହେଁ ରାଜନୀତି ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଯାତ୍ରା କଳାକାର । ଯାହାଙ୍କର ଡାଇଲଗରେ କମ୍ପୁଥିଲା ଯାତ୍ରା ମଞ୍ଚ । ଏବେ ସେମାନଙ୍କୁ ରାଜୀତିର ମଇଦାନରେ ଦେଖିବାକୁ ମିଳିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଯାତ୍ରା କଳାକାର । ଶଙ୍ଖ ଭବନରେ ବଡ ମିଶ୍ରଣ ପର୍ବ । ଯତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା , ବାପି ପଣ୍ଡା , ଚୈତନ୍ୟ ପାଇକ ରମେଶ ନାୟକ , ସୁବାଶ ବେହେରା ପ୍ରମୁଖ ବିଜେଡି ରେ ମିଶିଛନ୍ତି । ଏମାନଙ୍କ ସହ କଳାକାର ସଂଘର ପ୍ରାୟ ୩ଶହରୁ ଅଧିକ କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିର ମିଶ୍ରଣ ପର୍ବ ବେଳେ ପାରମ୍ପାରିକ ବାଦ୍ୟ ସହ ନାଚଗୀତରେ କମ୍ପିଥିଲା ଶଙ୍ଖ ଭବନ । ଏହି ଅବସରରେ ଦୈତାରୀ ପଣ୍ଡା, ବାପି ପଣ୍ଡା ପ୍ରମୁଖ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡିରେ ମିଶିଲୁ । ରାଜ୍ୟରେ କଳାକାରମାନଙ୍କ ବିକାଶ ଓ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ । ବିଜେଡିକୁ ଅଧିକରୁ ଅଧିକ ମଜବୁତ କରିବାକୁ ଆମେ କାର୍ଯ୍ୟ କରିବୁ ବୋଲି ସେମାନେ ପ୍ରତିଶ୍ରୁତି ଦେବା ସହ ଦଳରେ ସେମାନଙ୍କୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *