Pratidin TV

Odisha's Digital News Platform

ଡାଲିରେ ଦିଆଯାଉଛି ସୁନାର ତଡ଼କା , ଦାମ୍ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍ ..

ଏବେ ଡାଲିରେ ଦିଆଯାଉଛି ସୁନାର ତଡକା । ସାଧାରଣତଃ ଗହଣା କିମ୍ବା ଆସବା ପତ୍ର ରେ ସୁନାର ବ୍ୟବହାର କରାଯାଇଥାଏ । ହେଲେ ଏବେ ଖାଇବାରେ ସ୍ୱାଦ ବଢାଇବା ପାଇଁ ବ୍ୟବହାର ହେଉଛି ସୁନା । ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଏହା ବାସ୍ତବ । ସୁନାରେ ଦିଆଯାଉଛି ଡାଲିର ଛୁଙ୍କ । ଯାହାର ଭିଡିଓ ମଧ୍ୟ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଏ ହେଉଛି ସେଲିବ୍ରିଟି ଶେଫ୍ ରଣବୀର ବରାରଙ୍କର ରେଷ୍ଟୁରାଣ୍ଟ । ଦୁବାଇରେ ପ୍ରଥମ ରେସ୍ତୋରାଁ କଶକନ ଏକ ସ୍ୱତନ୍ତ୍ର ଖାଦ୍ୟ କାରଣରୁ ବେଶ ଲୋକପ୍ରିୟତା ହାସଲ କରିଛି । କାଠ ବକ୍ସରେ ଏକ ପାତ୍ରରେ ଡାଲି ପରଷିବା ଓ ଏଥିରେ ୨୪ କ୍ୟାରେଟ୍ ସୁନାର ପାଉଡରକୁ ତଡକା ପାଇଁ ବ୍ୟବହାର କରାଯାଉଥିବା ଭିଡିଓରେ ଦେଖାଯାଉଛି । ଦାଲ କଶକନ ନାମରେ ଜଣାଶୁଣା ଏହି ବିଶେଷ ବ୍ୟଞ୍ଜନ ରେସ୍ତୋରାଁର ପ୍ରସିଦ୍ଧ ଖାଦ୍ୟ ମଧ୍ୟରୁ ଗୋଟିଏ । ଏହାର ଦାମ୍ ୫୮ ଧିରମ (ପ୍ରାୟ ୧,୩୦୦) ଟଙ୍କା । ଭିଡିଓରେ ଦେଖାଯାଉଛି ପ୍ରଥମେ ସୁନା ପାଉଡ଼ରକୁ ଏକ ପାତ୍ରରେ ରଖାଯିବା ପରେ ଏହାକୁ ଡାଲିରେ ତଡକା ଦେବା ଭଳି ସାବଧାନତା ସହ ମିଶା ଯାଉଛି । ଯାହା କି କିଛି ସ୍ୱତନ୍ତ୍ର ମସଲା ଓ ଘିଅ ସହ ପ୍ରସ୍ତୁତ କରାଯାଏ । ଏହାପରେ ଏକ କାଠ ବକ୍ସରେ ରଖି ପରଷା ଯାଇଥାଏ । ତେବେ ଏହି ଭିଡିଓ କୁ ୟୁଜର୍ସ ମାନେ ବେଶ୍ ପସନ୍ଦ କରିଛନ୍ତି । ଏବଂ ଡାଲି ଖାଇବାକୁ ରେଷ୍ଟୁରାଣ୍ଟରେ ଭିଡ ଲାଗୁଛି ।

Leave a Reply

Your email address will not be published. Required fields are marked *