Pratidin TV

Odisha's Digital News Platform

ଦ୍ଵିତୀୟ ସ୍ୱାମୀଙ୍କ ବିରୋଧରେ ଥାନାରେ FIR ଦେଲେ ଦଲଜିତ୍..

1 min read

ସ୍ୱାମୀଙ୍କ ବିରୋଧ ରେ ଦଲଜିତ୍ ଦେଲେ ଥାନାରେ ଏତଲା । ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ପରେ  କେନିଆରେ ରହୁଥିବା ନିଖିଲ ପଟେଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଦଲଜିତ୍। ହେଲେ ବିବାହର ୮ମାସ ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ନିଖିଲ ଅନ୍ୟ ଯୁବତୀଙ୍କ ପ୍ରେମରେ ପଡ଼ି ତାଙ୍କୁ ଧୋକା ଦେଇଥିବା ଦାବି କରିଥିଲେ ଦଲଜିତ୍। ଏହାପରେ ସେ ଭାରତ ଫେରି ଆସିଥିଲେ। ଏବେ ଭାରତ ଫେରିଆସିଥିବା ଦଲଜିତ ମୁମ୍ବାଇର ଅଗ୍ରିପଡ଼ା ପୁଲିସ ଷ୍ଟେସନରେ ନିଖିଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।  ଧାରା ୮୫ ଓ ୩୧୬(୨) ଅନୁଯାୟୀ ସେ ଏତଲା ରୁଜୁ କରିଛନ୍ତି।

ଏହାର ଅର୍ଥ ହେଉଛି ଯେ ଦିଲଜିତ୍, ନିଖିଲଙ୍କ ବିରୋଧରେ କ୍ରୁରତା ଓ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ନିଖିଲ ପଟେଲ ମୁମ୍ବାଇରେ ନିଜ ପ୍ରେମିକା ସଫିନାଙ୍କ ସହ ନଜର ଆସିଥିଲେ। ଉଭୟଙ୍କ ଏକାଠି ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହା ପରେ ଦଲଜିତ କୌର ତାଙ୍କ ଯନ୍ତ୍ରଣା ପ୍ରକାଶ କରି ଅନେକ ପୋଷ୍ଟ କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ମୁମ୍ବାଇରେ, କେନିଆର ବ୍ୟବସାୟୀ ନିଖିଲ ପଟେଲଙ୍କୁ ବିବାହ କରିଥିଲେ ଦଲଜିତ୍। ପ୍ରଥମ ବିବାହ ଅସଫଳ ହେବା ପରେ ଦ୍ବିତୀୟ ବିବାହକୁ ନେଇ ଆଶାବାଦୀ ଥିଲେ ଅଭିନେତ୍ରୀ। ହେଲେ ବିବାହର ୮ମାସ ପରେ ତାଙ୍କ ଆଶା ମଉଳି ଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *