ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଲା ‘ଦମନ୍ ’, ଖୁସିରେ ନବୀନ କଲେ ଏଭଳି ପୋଷ୍ଟ ।
1 min readସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛି। ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବରେ ଜଣାଶୁଣା, ଜାତୀୟ ପୁରସ୍କାର ଯକୌଣସି ଚଳଚ୍ଚିତ୍ର ନିର୍ମାତା ପାଇଁ ଏକ ବଡ଼ ସଫଳତା । ଏଥର ସେହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ଯାହାକି ୧ ଜାନୁଆରୀ ୨୦୨୨ ରୁ ୩୧ ଡିସେମ୍ବର ୨୦୨୨ ମଧ୍ୟରେ ଫିଲ୍ମ ସେନ୍ସର ବୋର୍ଡ ଦ୍ୱାରା ସେନ୍ସର ସାର୍ଟିଫିକେଟ୍ ଦିଆଯାଇଛି । ନିର୍ଦ୍ଦେଶକ-ଅଭିନେତା ଋଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’, କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ୨୦୨୨ ମସିହାରେ ଏହାର ପୁରାଣ ଆଧାରିତ କାହାଣୀ ସହିତ ସିନେମା ପ୍ରଶଂସକଙ୍କ ହୃଦୟ ଜିତିଥିବା ବେଳେ ବାବୁଶାନଙ୍କ ଦମନ୍ ମଧ୍ୟ ଏଥର ଜାତୀୟ ପୁରସ୍କାର ଜିିତିଛି ।
ଓଡିଆ ଫିଲ୍ମ ଦମନ ମଧ୍ୟ ଜାତୀୟ ଚଳଚିତ୍ର ପୁରସ୍କାର ଲିଷ୍ଟରେ ସ୍ଥାନ ପାଇଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ ଦମନ ସିନେମାକୁ ମନୋନୀତ କରାଯାଇଛି । ଏହି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି କି, ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି । ଏହି ସିନେମା ପାଇଁ ଅନେକ କଷ୍ଟ କରିବାକୁ ପଡିଛି । ସିନେମା ରିଲିଜ ହେବା ପରେ ଓଡିଶାରେ ହଲ ମିଳିବା ମଧ୍ୟ କଷ୍ଟ ହୋଇପଡିଥିଲା । ଏହାସହ ଏହି ସିନେମା ହିନ୍ଦୀରେ ରିଲିଜ ହେବା ପରେ ଜାତୀୟ ସ୍ତରରେ ହଲ ପାଇବାକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା ।
ଅନ୍ୟପଟେ ଦମନର ସଫଳତାରେ ଖୁସି ବୟକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧି ଦଳର ନେତା ନବୀନ ପଟ୍ଟନାୟକ । ନିଜ ସୋସିଆଲ ମିଡିଆରେ ନବୀନ ଦମନର କଷ୍ଟ ପରିଶ୍ରମ ବିଷୟରେ ଲେଖି ତାର ସଫଳତା ପାଇଁ ଶୁବେଚ୍ଛା ଜଣାଇଛନ୍ତି । ତେବେ ଏହିଫିଲ୍ମ ରିଲିଜ୍ ସମୟରେ ନବୀନ ପଟ୍ଟନାୟକ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଇଥିଲେ ।