ଦୁର୍ବଳ ହେଲା ‘ଦାନା’ ,ଆଜିଠାରୁ ଖୋଲିବ ନନ୍ଦନକାନନ…
1 min readଆଜିଠାରୁ ଖୋଲିବ ନନ୍ଦନକାନନ । ଉଭୟ (ପ୍ରାଣୀ ଓ ଉଦ୍ଭିଦ) ଉଦ୍ୟାନ ପର୍ଯ୍ୟଟକ ଙ୍କ ପାଇଁ ଖୋଲାଯିବ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି। ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କତ୍ତୃପକ୍ଷଙ୍କ ଉଦ୍ୟାନକୁ ୨ ଦିନ (୨୪ ଓ ୨୫ ତାରିଖ ) ବନ୍ଦ ରଖିଥିଲେ।
ବାତ୍ୟା ପ୍ରଭାବ କମିବା ପରେ ଉଭୟ ଉଦ୍ୟାନର ପାଚେରୀ ଓ ଉଦ୍ୟାନ ଭିତରର ଗଛଲତା ଓ ସମସ୍ତ ଜନ୍ତୁ ଖୁଆଡ଼ ତଦାରଖ ପରେ ଆଜିଠାରୁ ଉଭୟ ଉଦ୍ୟାନ ଖୋଲିବାକୁ ନିଷ୍ପତି ନିଆଯାଇଛି । ବାତ୍ୟା ପ୍ରଭାବରେ ନନ୍ଦନକାନନ ଉଭୟ ଉଦ୍ୟାନରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ କିଛି ସ୍ଥାନରେ ଗଛ ଭାଙ୍ଗି ପଡିଥିଲା। ସୂଚନା ଯୋଗ୍ୟ, ବାତ୍ୟା ପାଇଁ ନନ୍ଦନକାନନ ୨ ଦିନ ବନ୍ଦ ରଖାଯିବା ସହ ଜନ୍ତୁମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଥିଲା। ୨୫ ଟି ସ୍ଥାନରେ ୨୫ଟି ଚିମ୍ ରେ ୧୦୦ ଜଣ କର୍ମଚାରୀ ନିଯୁକ୍ତ ହୋଇଥିଲେ।