Pratidin TV

Odisha's Digital News Platform

ଗୋ ସେବାରେ ନିୟୋଜିତ ନୃତ୍ୟଗୁରୁ: ଜାଣନ୍ତୁ ଆଶିଷଙ୍କ ପ୍ରେରଣାଦାୟୀ କାହାଣୀ

1 min read

ଭୁବନେଶ୍ୱର: ଭାରତୀୟ ସଂସ୍କୃତିରେ ଗାଇ କୁ ମା ବୋଲି ମାନନ୍ତି । ଏହା ସହିତ ବିଭିନ୍ନ ପର୍ବପର୍ବାଣୀରେ ଗୋ ପୂଜନ ମଧ୍ୟ କରାଯାଏ । ବିଭିନ୍ନ ସଙ୍ଗଠନ ପକ୍ଷରୁ ଗାଇ ଗୋରୁଙ୍କ ସେବା କରାଯାଉଥିବା ବେଳେ କିଛି ଯୁବକ ଯୁବତୀ ମଧ୍ୟ ଏହି ସାଧନାରେ ବ୍ରତୀ । ଏମିତି ଜଣେ ଯୁବକ ହେଉଛନ୍ତି ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳର ଆଶିଷ । ଆଶିଷ ପେଶାରେ ଜଣେ ନୃତ୍ୟ ଶିକ୍ଷକ ।

ରାସ୍ତାକଡରେ ରହୁଥିବା ବୁଲା ଗାଇ ଗୋରୁଙ୍କ ସେବାରେ ନିଜକୁ ବ୍ରତୀ କରାଇଛନ୍ତି ଆଶିଷ । କୌଣସି ଗାଇ ବା ଷଣ୍ଡ ଯଦି ଅସୁସ୍ଥ ଥିବାର ଖବର ପାଆନ୍ତି ତୁରନ୍ତ ପହଞ୍ଚିଯାନ୍ତି । ଦେବଦୂତ ଭଳି କ୍ଷତ ସ୍ଥାନରେ ମଲମ ଲଗାଇବା ସହିତ ଡ୍ରେସିଂ କରନ୍ତି । ବିଗତ ୫ ବର୍ଷ ଧରି ରାସ୍ତାକଡର ଏହି ନିର୍ବାକ ପଶୁ ମାନଙ୍କ ସେବାରେ ଆଶିଷ ନିଜକୁ ନିୟୋଜିତ କରିଛନ୍ତି । ଆଶିଷଙ୍କ ଡ୍ୟାନ୍ସ ଏକାଡେମୀର ଟୁଲୁ ଏବଂ ଅନ୍ୟାନ୍ୟ ଯୁବକ ମାନେ ତାଙ୍କୁ ସହାୟତାର ହାତ ବଢାନ୍ତି ।

Advertisement

Leave a Reply

Your email address will not be published. Required fields are marked *