Pratidin TV

Odisha's Digital News Platform

କେମିିତି ମଲେ ଡ୍ୟାନ୍ସର ସୁଲୋଚନା ଦାସ୍ ? ସନ୍ଦେହ ଘେରରେ ଲିଭଇନ୍ ପାର୍ଟନର …..

1 min read

ଭୁବନେଶ୍ୱର ; ଭଡା ଘରୁ ମିଳିଲା ଡ୍ୟାନ୍ସର ସୁଲୋଚନା ଦାସଙ୍କ ସନନେହ ଜନକ ମୃତଦେହ । ବରଗଡ଼ ଥାନା ପୋଡ଼ା ସାହିରେ ଭଡ଼ାଘରେ ରହୁଥିବା ସୁଲଚନା ଦାସ ଙ୍କ ମୃତଦେହ ଆଜି ଉଦ୍ଧାର କରିଛି ପୋଲିସ ।ବର୍ଷେ ହେବ ସୁଲଚନା ଦାସ ଜଣେ ହୋଟେଲ୍ ବ୍ୟବସାୟୀ ନିହାର ଗିରି ଙ୍କ ସହ ଲିଭ୍ ଇନ୍ ରିଲେସନରେ ରହୁଥିଲେ ।

ଆଜି ସକାଳୁ ହୋଟେଲ ବ୍ୟବସାୟୀ ବା ସୁଲୋଚନାଙ୍କ ଲିଭଇନ୍ ପାର୍ଟନର (ନିହାର )ତାଙ୍କ ଭଉଣୀକୁ ଫୋନ କରି ସୁଲୋଚନା ଆତ୍ମହତ୍ୟା କରିଥିବା କହିଥିଲେ । ତେବେ ଏସବୁ ଶୁଣି ସୁଲୋଚନାଙ୍କ ପରିବାର ବିଶ୍ୱାସ କରିପ।ରିନଥିଲା । କିନ୍ତୁ ଯେତେବେଳେ ସେମାନେ ଝିଅ ରହୁଥିବା ଘରେ ପହଞ୍ଚିଥିଲେ ସେତେବେଳେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । କାରଣ ସେମାନେ ଝିଅର କ୍ଷତ ବିକ୍ଷତ ଦେହ ଏକ ଓଢଣୀରେ ପଙ୍ଖାରେ ଝୁଲୁଥିଲା । ଏନେଇ ପରିବାର ଲୋକେ ବରଗଡ଼ ଥାନାରେ ପୁରୁଷ ବନ୍ଧୁ ନିହାର ଗିରିଙ୍କ ନା ହତ୍ୟା ଅଭିଯୋଗ କରିଛନ୍ତି । ମୃତଦେହ ଜବଦ କରି ଶବ ବ୍ୟବଚ୍ଛେଦ ପାଇଁ ପୋଲିସ କ୍ୟାପିଟାଲ ହସପିଟାଲକୁ ପଠେଇଛି ।ଘଟଣାପରେ ପୁରୁଷ ବନ୍ଧୁ ନିହାର ଗିରି ଫେରାର ହେଇଛି।

Advertisement

ତେବେ ସୁଲଚନା ଘର ଜଗତସିଂହପୁର ତିର୍ତଲ ଅଞ୍ଚଳ ରେ । ସେ ୫ ବର୍ଷ ହେବ ଭୁବନେଶ୍ୱରରେ ରହି ରାଜ୍ୟ ତଥା ରାଜ୍ୟ ବାହାରେ ସେ ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମ ରେ ଡାନ୍ସ କରନ୍ତି । ବର୍ତ୍ତମାନ ପୋଲିସ ସମୃକ୍ତ ଘଟଣାରେ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *