Pratidin TV

Odisha's Digital News Platform

ଶୋଷ ଲାଗିବାରୁ ବୋତଲରୁ ପାଣି ପିଉଛି ସାପ; ଭାଇରାଲ ହେଲା ଏଭଳି ଦୃଶ୍ୟ

ଭୋକ ଓ ଶୋଷ ସମସ୍ତେ ଅନୁଭବ କରନ୍ତି । କେବଳ ମଣିଷ ନୁହଁନ୍ତି ସମସ୍ତ ପ୍ରାଣୀ ଏବଂ ପକ୍ଷୀ ମଧ୍ୟ ଖାଦ୍ୟ ଖାଇ ପାଣି ପିଇ ବଞ୍ଚିଥାନ୍ତି । ବିଶେଷକରି ଖରା ଦିନ ଆସିଲେ ସମସ୍ତଙ୍କ ତଣ୍ଟି ଶୁଖିଯାଇ ଥାଏ । ଲୋକମାନେ ଯେଉଁଆଡେ ଯାଆନ୍ତି, ସେମାନେ ସାଙ୍ଗରେ ଏକ ପାଣି ବୋତଲ ନେଇ ଯାଆନ୍ତି । ଯେତେବେଳେ ସେମାନେ ଶୋଷିଲା ଅନୁଭବ କରନ୍ତି, ସେମାନେ ସାଙ୍ଗେ ସାଙ୍ଗେ ବୋତଲରୁ ପାଣି ପିଇପାରନ୍ତି, କିନ୍ତୁ ବନ୍ୟଜନ୍ତୁମାନଙ୍କ ପାଇଁ ଏହା ଏକ ବଡ ସମସ୍ୟା ହୋଇଥାଏ । କାରଣ ସେମାନେ ସବୁ ଜାଗାରେ ପାଣି ପାଆନ୍ତି ନାହିଁ ଯାହା ଦ୍ୱାରା ସେମାନେ ନିଜ ଶୋଷ ମେଣ୍ଟାଇ ପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ଅଲଗା ଜଳ ବ୍ୟବସ୍ଥା କରିବାକୁ ପଡିବ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିପଜ୍ଜନକ କୋବ୍ରାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବୋତଲରୁ ପାଣି ପିଇଥିବାର ଦେଖାଯାଉଛି । ବାସ୍ତବରେ, କୋବ୍ରା ବହୁତ ଶୋଷିଲା ଥିଲା । ପାଣି ପାଇଁ ଡହଳ ବିକଳ ହେଉଥିଲା । ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହାର ସମସ୍ୟା ବୁଝି ପାରି ଥିଲେ । ଆଉ ଭୟ ନକରି ଆଗକୁ ବଢି କୋବ୍ରାକୁ ବୋତଲରୁ ପାଣି ଖାଇବାକୁ ଦେବା ଆରମ୍ଭ କରିଥିଲେ ।

ଯାହାଫଳରେ ପାଣି ପାଇ କୋବ୍ରା ମଧ୍ୟ ବହୁତ ଆନନ୍ଦରେ ପାଣି ପିଇବା ଆରମ୍ଭ କଲା । ଏଭଳି କି ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିବାକୁ ମଧ୍ୟ ଚିନ୍ତା କରି ନଥିଲା । ଯେତେବେଳେ ସାଧାରଣତ କେହି ଯଦି କୋବ୍ରା ଆଗରେ ପଡନ୍ତି ସେ ତାଙ୍କ ଉପରକୁ ଆକ୍ରମଣର କରିଥାଏ । କିନ୍ତୁ ଏହି ଫଟୋରେ ଆପଣମାନେ ଦେଖି ପାରୁ ଥିବେ ଯେ କୋବ୍ରା କିପରି ବୋତଲରୁ ପାଣି ପିଉଛି । ସେ ଯେଉଁଭଳି ଭାବରେ ପାଣି ପିଇଲେ, ଲାଗୁଥିଲା ଯେ ସେ ବହୁତ ଶୋଷିଲା ଥିଲା । ଆପଣ ନିଶ୍ଚିତ ଭାବରେ ଅନେକ ଥର ସାପ ମଣିଷ ଉପରେ ଆକ୍ରମଣ କରୁଥିବା ଦେଖିଥିବେ, କିନ୍ତୁ ସାପ ମାନବଙ୍କ ହାତରୁ ପାଣି ପିଇବା ସମୟରେ ଏପରି ଭିଡିଓ ଏତେ ମାତ୍ରା ଦେଖିବାକୁ କେବେ ମିଳି ନଥାଏ ।

Leave a Reply

Your email address will not be published. Required fields are marked *