Pratidin TV

Odisha's Digital News Platform

ଗୋଡାଇ ଗୋଡାଇ ବାଇକ ଚାଳକଙ୍କୁ ଆକ୍ରମଣ କଲା ଦନ୍ତା …

ଖୋର୍ଦ୍ଧା ; ରାସ୍ତାରେ ଯାଉଥିଲେ ବାଇକ୍ ଚାଳକ । ହଠାତ ଜଙ୍ଗଲରୁ ରାସ୍ତା ଉପରକୁ ଦୈଡି ଆସିଲା ଦନ୍ତା । ସାମ୍ନାରେ ଦନ୍ତା କୁ ଦେଖି ବାଇକ ଚାଳକ ଅନ୍ୟ ଉପାୟ ନପାଇ ବାଇକ କୁ ଛାଡି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ଦନ୍ତା ହାବୁଡ଼ରୁ ବର୍ତ୍ତି ପାରିନଥିଲେ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି । କିନ୍ତୁ ହଠାତ୍ ଦେବଦୂତ ସାଜି ରାସ୍ତାରେ ପହଞ୍ଚିଥିଲେ ଏକ କାର୍ ଚାଳକ । ଗାଡିର ହେଡ୍ ଲାଇଟ୍ ସହ ପାଟି ଚିଲ୍ଲାଇ ହୋ ହାଲ୍ଲା କରିବାରୁ ଦନ୍ତାଟି ଭୟରେ ଜଙ୍ଗଲ ଆଡକୁ ଦୈଡିଥିଲା । ଫଳରେ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଆହତ ହୋଇଥିଲେ ମଧ୍ୟ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ । ଏହାପରେ କାର୍ ଚାଳକ ଜଣଙ୍କ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।

ଆହତ ଚାଷୀ ଜନକ ହେଉଛନ୍ତି ଚାନ୍ଦପୁର ଥାନା ବୋକାଖାଇ ଗ୍ରାମର ସର୍ବେଶ୍ୱର ଦାମ୍ବଳ(୫୦) । ସର୍ବେଶ୍ୱର ନିଜର ଜଣେ ପୁତୁରାଙ୍କ ସହ ବାଇକ ରେ ବସି ଆସୁଥିବା ବେଳେ ଟାଙ୍ଗୀ ରଣପୁର ଚାନ୍ଦପୁର ରାସ୍ତାର ରାଇପଡା ନିକଟରେ ହଠାତ ଏକ ଦନ୍ତା ହାତୀ ବାହାରି ଆସି ବାଇକକୁ ଆକ୍ରମଣ କରିଥିଲା । ବାଇକ ଚାଳକ ଜଣକ ବାଇକ ଛାଡି ଦୌଡ଼ି ପଳାଇ ଜୀବନ ବଞ୍ଚାଇ ଥିଲେ। ହେଲେ ସର୍ବେଶ୍ୱର ହାତୀ ହାବୁଡ଼ରେ ପଡି ଯାଇଥିଲେ । ସର୍ବେଶ୍ୱରକୁ ହାତୀ ଆକ୍ରମଣ କରିଥିଲା । ଘଟଣା ଦେଖି ଜଣେ କାର ଚାଳକ ହୋ ହାଲା କରିବାରୁ ହାତୀ ଟି ପଳାଇ ଥିଲା ରାସ୍ତା ଉପରୁ । ସର୍ବେଶ୍ୱରକୁ ଉଦ୍ଧାର କରି କାର ଚାଳକ ନିଜ ଗାଡ଼ିରେ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସର୍ବେଶ୍ୱରଙ୍କର ଗୋଡ଼ରେ ଗଭୀର କ୍ଷତ ହୋଇଥିବା ବେଳେ ତାଂକ ଅବସ୍ଥା ସ୍ଥିର ଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *