Pratidin TV

Odisha's Digital News Platform

ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ବନ୍ଦ ହେଲା ବାବାଙ୍କ ଦର୍ଶନ ।

1 min read

ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ବନ୍ଦ ହେଲା ବାବାଙ୍କ ଦର୍ଶନ । ଲଗାଣ ବର୍ଷା ଯୋଗୁ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା ଓ ପାଖକୁ ଯିବା ଭକ୍ତମାନଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । ତେଣୁ ଭକ୍ତମାନଙ୍କୁ ବାରଣ କରିଛି ଜିଲ୍ଲା ପ୍ରଶାସନ ।

ତେବେ ଭକ୍ତମାନେ କିନ୍ତୁ ମନ୍ଦିର ବାହରୁ ଭୋଗ କରିପାରିବେ । ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ପଞ୍ଚ ଲିଙ୍ଗେଶ୍ୱରରେ ଝରଣା ପାଣିର ସ୍ରୋତ ବହୁ ପ୍ରଖର ରହିଛି। ଫଳରେ ଭକ୍ତଟିଏ ଯାଇ ଲିଙ୍ଗକୁ ଛୁଇଁ ଆସିବା ଖୁବ୍ ବିପଦପୂର୍ଣ୍ଣ ଅଟେ । ହୁଏତ ଗୋ ଖସିବା ମାତ୍ରେ ଭକ୍ତମାନେ ସିଧା ଝରଣା ସ୍ରୋତରେ ଖସିଯାଇପାରନ୍ତି । ଆଉ ତାଙ୍କ ଜୀବନ ମଧ୍ୟ ଯାଇପାରେ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

Advertisement

ଯେପର୍ଯ୍ୟନ୍ତ ଝରଣା ପାଣିର ପ୍ରଖର ସ୍ରୋତ ନ କମିଛି ସେ ଯାଏ ଲିଙ୍ଗ ଛୁଇଁ ଦର୍ଶନ କରିବା ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଦେଖିବାକୁ ଗଲେ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତଭମାନେ ବାବାଙ୍କୁ ଦର୍ଶନ କରିନପାରିବାରୁ ନିରାଶ ହୋଇ ଫେରିଛନ୍ତି।

Leave a Reply

Your email address will not be published. Required fields are marked *