Pratidin TV

Odisha's Digital News Platform

ମୁଁହରେ ନାହିଁ ଭୟ , ଜେଲରେ ଥାଇବି କ୍ୟାମେରା ଦେଖି ଅଶ୍ଲୀଳ ଇଙ୍ଗିତ କଲେ ଅଭିନେତା ଦର୍ଶନ ..

1 min read

କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପାଙ୍କ ଏବେ ଜେଲରେ ଅଛନ୍ତି । ରେଣୁକାସ୍ଵାମୀ ହତ୍ଯାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲରେ ରହିଛନ୍ତି । ହେଲେ ଜେଲ ରେ ରହିବି ତାଙ୍କ ମନରେ ନାଁ ଅଛି ଭୟ ନାଁ ଅଛି ଡର । ଏମିତିକି ଗଣମାଧ୍ୟମକୁ ଦେଖି ଦେଉଛନ୍ତି ଅଶ୍ଲୀଳ ଇଙ୍ଗିତ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି  । ଗୁରୁବାର ଜେଲରୁ  ସେ ନିଜ ପତ୍ନୀ ଓ ଭାଇ ଦିନାକକରଙ୍କୁ ଭେଟିବା ପାଇଁ ବାହାରକୁ ଆସିଥିବା ବେଳେ ସାମ୍ନାରେ ଗଣମାଧ୍ୟମକୁ ଦେଖି ସେମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରି ନିଜର ମଝି ଆଙ୍ଗୁଠି ଦେଖାଇଥିଲେ। ସେହି ସମୟର  ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ସେ ହାତ ତଳକୁ କରି ନିଜର ମଝି ଆଙ୍ଗୁଠି ଦେଖାଉଛନ୍ତି।   ଦର୍ଶନ ନିଜ ପତ୍ନୀ ବିଜୟଲକ୍ଷ୍ମୀ ଓ ଭାଇ ଦିନାକରଙ୍କୁ ଗୁରୁବାର ୩୦ମିନିଟ ପାଇଁ ଭେଟିଥିଲେ। ଏହା ପ‌ରେ ତାଙ୍କ ଓକିଲ ବେଙ୍ଗାଲୁରୁ ପୁଲିସ ଦାଖଲ କରିଥିବା ଚାର୍ଜସିଟ ବିଷୟରେ କଥା ହେବା ପାଇଁ ତାଙ୍କୁ ଭେଟିଥିଲେ। ବେଙ୍ଗାଲୁରୁ ପୋଲିସ ଦାଖଲ କରିଥିଲା ଚାର୍ଜସିଟରେ ଏହି ସମସ୍ତ ତଥ୍ୟ ଦର୍ଶାଇଛି । ଚାର୍ଜସିଟରେ ପୋଲିସ ୨୩୦ଟି ପ୍ରମାଣ ଦର୍ଶାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଏହି ରିପୋର୍ଟ ଦାଖଲ କରିଛି ପୋଲିସ।

ଫ୍ଯାନ୍ସ ରେଣୁକାସ୍ଵାମୀଙ୍କୁ ହତ୍ଯା ଅଭିଯୋଗରେ ଗତ ଜୁନ ୧୧ ତାରିଖରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କୁ ଗିରଫ କରିଥିଲା ପୋଲିସ। ଦର୍ଶନଙ୍କ ସାଥି ପବିତ୍ରା ଗୌଡାଙ୍କୁ ଅଶ୍ଳୀଳ ମେସେଜ କରିବା ଘଟଣାକୁ ନେଇ ରେଣୁକାସ୍ଵାମୀଙ୍କ ହତ୍ଯା କରିଥିବା ଅଭିଯୋଗ ହୋଇଥିଲା। ଦର୍ଶନଙ୍କ କୋଷ୍ଟାର ପବିତ୍ରା ଗୌଡାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ମାମଲାରେ ମୋଟ ୧୯ ଜଣ ଗିରଫ ହୋଇଛନ୍ତି।

Leave a Reply

Your email address will not be published. Required fields are marked *