ଶାଶୂଙ୍କୁ ମାଡମାରି ମେଡ଼ିକାଲ ବେଡର ବାଟ ଦେଖାଇଲା ବୋହୂ…
1 min readବୋହୁର ମାଡରେ ଲହୁଲୁହାଣ ହୋଇ ମେଡିକାଲରେ ପଡିଲା ଶାଶୁ । ସାଧାରଣତଃ ଆପଣମାନେ ଶୁଣିଥିବେ ଯେ ବୋହୂ ଉପରେ ଶାଶୂର ଅତ୍ୟାଚାର । କିନ୍ତୁ କଟକ ଚାଉଳିଆଗଞ୍ଜରେ ଦେଖିବାକୁ ଏହାର ବିପରୀତ ଘଟଣା । ଏଠି ଶାଶୂ ନୁହେଁ ବରଂ ବୋହୂ ଶାଶୂକୁ ମାରି କରିଛନ୍ତି ଲହୁ ଲୁହାଣ । ଏପରିକି ଶାଶୂ ଙ୍କୁ ମେଡ଼ିକାଲ ବେଡର ବାଟ ଦେଖାଇଛନ୍ତି ବୋହୂ ।
କଟକ ଚାଉଳିଆଗଞ୍ଜର ବାସିନ୍ଦା ଶ୍ରୀମତୀ ବୀଣାପାଣି ସାହୁଙ୍କ ଘରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବନୀୟ ଘଟଣା ।
ସୂଚନା ମୁତାବକ ବୋହୂ ପୂର୍ଣ୍ଣିମା ସାହୁ ନିଜ ଝିଅକୁ ବାଡୋଉଥିବା ବେଳେ ଶାଶୂ ବୀଣାପାଣି ବିରୋଧ କରିଥିଲେ । ଆଉ ଏଥିରେ ବୋହୂ ରାଗିଯାଇ ଶାଶୂ ବୀଣାପାଣିଙ୍କୁ ମାରି ଲହୁ ଲୁହାଣ କରିଥିଲେ । ଯାହାକୁ ନେଇ ଆଜି କଟକ ଚାଉଳିଆଗଞ୍ଜ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୀଣାପାଣିଙ୍କ ଦୁଇ ଝିଅ ମଧୁସ୍ମିତା ଏବଂ ମୋନାଲିସା ସାହୁ । କେବଳ ସେତିକି ନୁହେଁ ମଧୁସ୍ମିତା ଏବଂ ମୋନାଲିସାଙ୍କ କହିବା ଅନୁସାରେ, ଭାଉଜ ପୂର୍ଣ୍ଣିମା ଅନେକ ସମୟରେ ଏହିଭଳି ଅତ୍ୟାଚାର କରି ଆସୁଛନ୍ତି । ଏ ନେଇ ପୂର୍ବରୁ ମଧ୍ୟ ଥାନାର ଦ୍ୱରାସ୍ତ ହୋଇଥିଲେ ପରିବାର ଲୋକେ । ସେତେବେଳେ ପୂର୍ଣ୍ଣିମା କହିଥିଲେ ଆଗକୁ ଏଭଳି ଭୁଲ୍ ନ କରିବା ପାଇଁ । କିନ୍ତୁ ଗତ ଶୁକ୍ରବାର ଅତ୍ୟାଚାର ସୀମା ଟପିଥିଲା ଯେ, ବୋହୂ ପୂର୍ଣ୍ଣିମା ଶାଶୂ କୁ ମାରି କଟକ ଏକ ଘରୋଇ ହସ୍ପିଟାଲକୁ ପଠାଇ ଦେଇଛନ୍ତି । ଅନ୍ୟପଟେ ଚାଉଳିଆଗଞ୍ଜ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।