Pratidin TV

Odisha's Digital News Platform

ଶାଶୁଘର ଛାତ ଉପରୁ ବୋହୂର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣି ପୋଲିସ ଗାଡି ଅଟକାଇଲେ ଗ୍ରାମବାସୀ

1 min read

ଜଳେଶ୍ବର : ଘର ଛାତ ଉପରେ ପଡିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ। ସୁଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନଗର ଗ୍ରାମର ଭଗୀରଥ ପରିଡାଙ୍କ ସ୍ତ୍ରୀ ମିଲି ପରିଡା ଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ନିଜ ଘରର ଛାତ ଉପରେ ଆଜି ସକାଳୁ ଦେଖିବାକୁ ମିଳିଥିଲା । ତେବେ ଏନେଇ ଗ୍ରାମବାସୀମାନେ ଉତ୍ତେଜିତ ହୋଇ ପୋଲିସକୁ ଖବର ଦେବାସହ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ । ଏନେଇ ଗ୍ରାମବାସୀ ଶାଶୁଘର ଲୋକଙ୍କୁ ମାଡ ମାରିଥିବା ଜଣାପଡିଛି ଏବଂ ମିଲିଙ୍କ ଶାଶୁ ଓ ଶଶୂର ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ଖବର ଅନୁଯାୟୀ ମୃତ ମିଲିଙ୍କ ସ୍ୱାମୀ ସହରରେ ରହି କାମକରୁଥିବା ବେଳେ ମିଲି ନିଜ ଶାଶୁ ଶଶୂର ଓ ୨ ଛୁଆଙ୍କୁ ଧରି ଗାଁରେ ରୁହନ୍ତି । ସବୁଦିନ ପରି ଗତକାଲି ରାତିରେ ଖାଇବା ସାରି ମିଲି ନିଜ ୨ ବର୍ଷର ଝିଅକୁ ଧରି ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ । ଏବଂ ତାଙ୍କ ୫ ବର୍ଷର ପୁଅ ଜେଜେ ବାପା ଓ ଜେଜେ ମାଙ୍କ ପାଖକୁ ଶୋଇବାକୁ ଚାଲିଯାଇଥିଲେ । ସକାଳୁ ଉଠି ୨ ବର୍ଷର ଝିଅ କାନ୍ଦିବା ପରେ ବି ମିଲିଙ୍କର କୌଣିସ ପତ୍ତା ମିଳିନଥିଲା । ପରେ ତାଙ୍କୁ ସେଇ ଘରର ଛାତ ଉପରୁ ଅଧା ପୋଡା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା । ଏହାକୁ ମିଲିଙ୍କ ଶାଶୁ ଆତ୍ମହତ୍ୟା କହିଥିବା ବେଳେ ଖବରଟି ଗ୍ରାମରେ ବ୍ୟାପିଯାଇଥିଲା । ଫଳରେ ଗ୍ରାମର ମହିଳା ମାନେ ଉତ୍ୟକ୍ତ ହୋଇ ମିଲିଙ୍କ ଶାଶୁକୁ ଟଣାଓଟରା କରିଥିବା ବେଳେ ମିଲିଙ୍କ ଶଶୂର ସମୃକ୍ତ ସ୍ଥାନରୁ ଚମ୍ପଟ ମାରିଥିଲେ । ଅନ୍ୟପଟେ ଭୋଗରାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝା ସୁଝା କରିବା ସହ ମିଲିଙ୍କ ଶାଶୁ ଓ ଶଶୂରଙ୍କୁ ଧରି ପଚରା ଉଚରା ପାଇଁ ଥାନାକୁ ନେଇଥିଲେ । ଏହି ସମୟରେ ଗ୍ରାମବାସୀ ମାନେ ପୋଲିସ ଗାଡିକୁ ଅଟକ ରଖିବା ସହ ମିଲିକୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଅଡି ବସିଛନ୍ତି ।

Advertisement

ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯଦି ମିଲି ନିଜେ ଆତ୍ମହତ୍ୟା କରିଥାନ୍ତେ ତେବେ ଛାତ ଉପରେ ନିଜକୁ ନିଆଁରେ ପୋଡିବା ସମୟରେ ଚିତ୍କାର କାହିଁକି ଶୁଭିଲାନି । ଏହା ଆତ୍ମହତ୍ୟନୁହଁ ବରଂ ମିଲିଙ୍କୁ ଶାଶୁ ଶଶୁର ମିଶି ହତ୍ୟା କରିଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ପୂର୍ବରୁ ମିଲି ନିଜ ଛୁଆ ପିଲାଙ୍କୁ ଧରି ବାପଘରକୁ ଚାଲିଯଆନ୍ତି । କାରଣ ଶାଶୁ ଶଶୂର ଓ ସ୍ୱାମୀ ମିଶି ମିଲିଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇଥାନ୍ତି । ଏପରିକି ବହୁ ଥର ନିର‌୍ୟାତନା ଅସହ୍ୟ ହେବାରୁ ମିଲି ପିଲାଙ୍କୁ ଧରି ବାପ ଘରକୁ ପଳାଉଥିଲେ। ଏହାପରେ ଗାଁରେ ବୈଠକ ବସି ତାଙ୍କୁ ଶାଶୁ ଘର ଲୋକେ ଫେରାଇ ଆଣୁଥିଲେ।

Leave a Reply

Your email address will not be published. Required fields are marked *