Pratidin TV

Odisha's Digital News Platform

ବୋହୂ ମାଡରେ ଚାଲିଗଲା ଶାଶୂର ଜୀବନ…..

ବାରିପଦା : ବୋହୂ ମାଡରେ ଚାଲିଗଲା ଶାଶୁର ଜୀବନ। ଆଜିର ଆଧୁନିକ ଯୁଗରେ ମୋବାଇଲରୁ କିଛି ଶିକ୍ଷା ମିଳୁଥିବା ବେଳେ କିଛି ଲୋକଙ୍କ ଚରିତ୍ରରେ ପରିବର୍ତ୍ତନ ମଧ୍ୟ ଦେଖାଦେଉଛି। ଆଉ ନିଜ ହିତହିତ ଜ୍ଞାନ ଭୁଲି କରି ପକାଉଛନ୍ତି ନୃଶଂସ କାଣ୍ଡ। ଘରୋଇ କଳହରୁ ଝଗଡା ଆଉ ତାପରେ ବହୁ ମାଡରେ ଶାଶୁ ମୃତ ଘଟଣା ସାରା ଓଡ଼ିଶାରେ ଚହଳ ଖେଳାଇଦେଇଛି ।

ଏଭଳି ଏକ ଅଭାବନିୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଜମ୍ଭୀରା ଫାଣ୍ଡି ଅଧୀନ ପୋଡାଡିହା ଗ୍ରାମରେ । ମୃତକ ମହିଳା ଜଣକ ହେଲେ ସେଫାଲୀ କର। ଦୀର୍ଘ ଦିନରୁ ଶାଶୁ ବହୁଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହୁଥିବା ବେଳେ ଘରେ କେହି ନଥିବା ସମୟରେ କୌଣସି କାରଣରୁ ଶାଶୁ ସେଫାଳୀ ଓ ବୋହୁ ସଂଗୀତା କର ଙ୍କ ମଧ୍ୟରେ ଝଗଡା ହୋଇଥିଲା। କୌଣସି କଟାକ୍ଷ କୁ କେନ୍ଦ୍ର କରି ବହୁ ସଂଗୀତା ଶାଶୁଙ୍କୁ ମାଡ଼ ଦେଇ ହାତ ମୋଡ଼ି ଦେଇଥିଲେ। ଫଳରେ ଶାଶୁ ତଳେ ପଡିଯିବାରୁ ତାଙ୍କ ମଥାରେ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ପିଆରଏମ୍ ରେ ଭର୍ତ୍ତି କରା ଯାଇଥିଲା ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତ୍ୱର ହେବାରୁ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଉଥିବା ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ପୂର୍ବରୁ ମଧ୍ୟ ବହୁ ସଂଗୀତା ତାଙ୍କ ଶାଶୁ ଓ ଶ୍ୱଶୁରଙ୍କ ସହିତ ଝଗଡା ଲାଗୁଥିଲେ ବୋଲି ତାଙ୍କ ସ୍ଵାମୀ ସୌମିତ୍ର କର ଅଭିଯୋଗ କରିଛନ୍ତି। ଏନେଇ ଚାନ୍ଦୁଆ ଥାନା ଅଧୀନ ଜମ୍ଭୀରା ଫାଣ୍ଡିରେ ୬୦/୨୩ ରେ ମାମଲା ରୁଜୁ ହୋଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏପରି ଘଟଣା ଏବେ ସାରା ମୟୂରଭଞ୍ଜ ରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି।

Leave a Reply

Your email address will not be published. Required fields are marked *