ବାପାକୁ ପର କରିଦେଲା ପୁଅ; ମଲାପରେ କାନ୍ଧରେନେଲା ବୋହୂ ନିଜେ ଦେଲା ମୁଖାଗ୍ନି..
1 min readକଥାରେ ଅଛି ପର ଝିଅ ଘର ଭାଙ୍ଗେ । ଶାଶୁ ଶ୍ୱଶୁରଙ୍କୁ ସହିପାରେନି । ସ୍ୱାମୀକୁ ଶିଖାଇ ଶାଶୁ ଶ୍ୱଶୁରଙ୍କୁ ହଇରାଣ କରିଥାଏ । ଏମିତି କେତେ ଘଟଣା ନିତିଦିନିଆ ଜୀବନରେ ଦେଖିବାକୁ ମିଳିଛି । ହେଲେ ସେହି କଥାକୁ ଏ ବୋହୂ ମିଛ ପ୍ରମାଣିତ କରିଛି । ଯେତେବେଳେ ଭେଣ୍ଡିଆ ପୁଅ ବାପାକୁ ପର କରିଦେଲେ । ପ୍ରମିକା କଥାରେ ପଡି ବାପା ମାଆ ସ୍ତ୍ରୀ ପିଲା ଛୁଆଙ୍କୁ ପର କରିଦେଲା । ବାପା ଙ୍କୁ ଟିକେ ଆଡ ଆଖିରେ ବି ଆନାଇଲାନି । ଠିକ୍ ସେତିକି ବେଳେ ବୋହୂ ଶ୍ୱଶୁରର ଅନ୍ତିମ ସତ୍କାର କରି ପୁଅର ଜାଗା ନେଇଛି । ଯାହା ଏ ସମାଜ ପାଇଁ ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ।
ଗଜପତି ଜିଲ୍ଲା କାଶୀନଗର ଏନଏସି ୧୨ ନମ୍ବର ୱାର୍ଡର ବ୍ୟବସାୟୀ ନିରଞ୍ଜନ ବେହେରାଙ୍କ ରବିବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇଥିଲା । ସେ ତାଙ୍କ ପତ୍ନୀ, ବୋହୂ ଓ ନାତି ପାଖରେ ରହୁଥିଲେ । ହେଲେ ପୁଅ ଶାନ୍ତନୁ କିନ୍ତୁ ପୁଅ ଶାନ୍ତନୁ ବେହେରା ଅନ୍ୟ ଏକ ଝିଅକୁ ପ୍ରେମ ବିବାହ କରି ଘରୁ ବାହାରକୁ ଚାଲିଯାଇଥିଲା । ପୁଅ ଶାନ୍ତନୁ ନଆସିବାରୁ ପ୍ରଥମ ବୋହୂ ଜୟନ୍ତୀ ନାୟକ ଓ ନାତି ମୁଖାଗ୍ନି ଦେଇଛନ୍ତି । ଶ୍ମଶାନକୁ ବୋହୂ ଯିବା ଓ ମୁଖାଗ୍ନି ଦେବା ପ୍ରଥମ ଘଟଣା । ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବୋହୂର ଏଭଳି କାର୍ଯ୍ୟ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରୁଢିବାଦୀ ଚିନ୍ତାଧାରକୁ ଶକ୍ତ ଚାପୁଡା ସହ ସମାଜକୁ ନୂଆ ବାର୍ତା ଦେଇଛନ୍ତି ବୋହୂ ଜୟନ୍ତୀ ନାୟକ ।