Pratidin TV

Odisha's Digital News Platform

ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଲେ ରାଜ ପରିବାର ବୋହୂ ଅଦ୍ରିଜା ….

1 min read

ବଲାଙ୍ଗୀର : ପୁଣି ଥାନାରେ ରାଜପରିବାର ବୋହୂ । ଶ୍ୱଶୁର ଘରୁ ନିଜ ଜିନିଷପତ୍ର ନେବାକୁ ପୋଲିସର ସହାୟତା ଲୋଡ଼ିଛନ୍ତି ବଲାଙ୍ଗିର ରାଜ ପରିବାରର ସାନ ପୁଅ ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ । ଗତ ବର୍ଷ ସେପ୍ଟେମ୍ବରରେ ଅଦ୍ରିଜା ନିର୍ଯାତନା ଅଭିଯୋଗ ଆଣିଥିଲେ । ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଥିବାର ଅଭିଯୋଗ ଆଣିଥିଲେ ଅଦ୍ରିଜା । ପୂର୍ବରୁ ଏହି ଘଟଣାକୁ ନେଇ ଡେରାଡ଼ୁନ୍ ଥାନାରେ ଏତଲା ଦେଇଛନ୍ତି ଅଦ୍ରିଜା ମଞ୍ଜରୀ । ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଅଦ୍ରିଜା ମଞ୍ଜରୀ । ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ୨୦୧୭ ମସିହା ନଭେମ୍ବର ମାସରେ ଅଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ ।

କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହାରି ଭିତରେ ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରିଜା । ତେବେ ନିଜର କିଛି ବ୍ୟକ୍ତିଗତ ଜିନିଷ ନେବା ପାଇଁ ଡେରାଡୁନରୁ ବଲାଙ୍ଗୀର ଆସିଛନ୍ତି ଅଦ୍ରିଜା । କିନ୍ତୁ ଏଠାରେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ସେଠାକୁ ଯାଇ ତାଙ୍କର ଜିନିଷପତ୍ର ଆଣିବାକୁ ପୁଲିସ ମଧ୍ୟ ସୁରକ୍ଷା ଯୋଗାଇ ଦେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଦ୍ରିଜା ମଞ୍ଜରୀ। ଆଜି ଏକ ସାମ୍ବିଦିକ ସମ୍ମିଳନୀରେ ଅଦ୍ରିଜା କହିଛନ୍ତି, ମୋତେ ମାନସିକ ଭାବେ ବହୁତ ନିର୍ଯାତନା ଦିଆଯାଇଛି। ତେଣୁ ମୁଁ ଶାଶୁ ଘର ଛାଡ଼ି ଏବେ ଡେରାଡୁନରେ ବାପ ଘରେ ରହୁଛି।

Advertisement

ମୁଁ କେବଳ ମୋ ଜିନିଷପତ୍ର ନେବାକୁ ବଲାଙ୍ଗିର ଆସିଥିବା ବେଳେ ପୁଲିସ୍ ମୋତେ କୌଣସି ପ୍ରକାର ସହଯୋଗ କରୁନି।
ଅଦ୍ରିଜା ଆଉ ମଧ୍ୟ କହିଛନ୍ତି ଯେ ଗତ ୨ ମାସରେ ମୋତେ ବହୁ ଥର ମାରିବାକୁ ଧମକ ଦିଆଯାଇଛି । ମୋ ଜୀବନ ପ୍ରତି ବିପଦ ଅଛି ସେଥିପାଇଁ ମୁଁ ବଲାଙ୍ଗୀର ପୋଲିସର ସାହାର୍ଯ୍ୟ ଲୋଡି ରାଜପ୍ରସାଦକୁ ଯାଇ ମୋ ଜିନିଷ ପତ୍ର ଆଣିବାକୁ ଚାହୁଁଛି । କିନ୍ତୁ ଥାନାରେ ଅନେକ ସମୟ ଅପେକ୍ଷା କରିବ। ପରେ ମଧ୍ୟ ମୋତେ କୌଣସି ପ୍ରକାରର ସାହାର୍ଯ୍ୟ ମିଳିନି ଓଲଟା ମୋତେ କୁହାଯାଉଛି ଯେ ଡେରାଡୁନରୁ ପୋଲିସ ନେଇକି ଆସ ।

Leave a Reply

Your email address will not be published. Required fields are marked *