Pratidin TV

Odisha's Digital News Platform

ମୁଠାଏ ଭାତ ପାଇଁ ଶାଶୁକୁ କେନାଲକୁ ଫିଙ୍ଗିଦେଲା ବୋହୂ ।

1 min read

ସମ୍ବଲପୁର ; ବୋହୂ । ନା ସଇତାନ, ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲଙ୍କୁ ଫିଙ୍ଗି ଦେଲା ବୋହୂ । । ସମ୍ବଲପୁରରୁ ଆସିଛି ଏହି ହୃଦୟ ବିଦାରକ ଘଟଣା । ସ୍ବାମୀକୁ କବାଟ କିଳି ଶାଶୁଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି।

ତେବେ ଘଟଣାରେ ବୁର୍ଲା ପୋଲିସ ନିର୍ଦୟ ବୋହୂ ସବିତା ଭୁଏଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଳାଣ କରିଥିବାବେଳେ ଶାଶୁ ଲୟ ଭୁଏ ଭୀମସାରରେ ଚିକିତ୍ସିତ ହେଉଛନ୍ତି ।

Advertisement

ସୂଚନା ଅନୁସାରେ ବୃଦ୍ଧା ଲୟ ଭୁଏ ପୁଅ ବୋହୁ ସହ ଚିପିଲିମା ମଝିପାଲିରେ ରୁହନ୍ତି । ତେବେ ବୋହୁକୁ ଖାଇବା ମାଗିଥିଲେ ଶାଶୁ । ହେଲେ ଝଗଡା କରିବା ସହ ବୋହୁ ଜଣକ ପ୍ରଥମେ ସ୍ବାମୀ ରାଧେ ଶ୍ୟାମକୁ ଘର ଭିତରେ ବନ୍ଦ କରିଦେଇଥିଲେ । ପରେ ଶାଶୁର ପାଟି ଚିପି ସ୍ଥାନୀୟ ଚିପିଲିମା କେନାଲରେ ଫୋଫାଡି ଦେଇଥିଲେ । ତେବେ ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରି ବୋହୂକୁ ଗିରଫ୍ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *