Pratidin TV

Odisha's Digital News Platform

ଶାଶୁକୁ ଲୁହାରଡରେ ପିଟିପିଟି ମାରିଦେଲା ବୋହୂ ..

କଟକ ; କଟକ ବାରଙ୍ଗ ଥାନା ମଧୁପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଧୁପୁର ଗାଁର ସରୋଜ ସାହୁଙ୍କ ଘରୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଉ ସେହୁ ମହିଳା ଜଣଙ୍କ ହେଉଛନ୍ତି ସରୋଜଙ୍କ ମାଆ । ବୋହୂ ସରସ୍ୱତୀ ଶାଶୂଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ପୋଲିସ ବୋହୂଙ୍କୁ ଗିରଫ୍ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ୬ ତାରିଖ ବୁଧବାର ରାତିରେ ପୁଅ ସରୋଜ ଘରେ ନଥିବାରୁ ଶାଶୂ ସୁଚିତ୍ରା ସାହୁ ଏବଂ ବୋହୂ ସରସ୍ୱତୀ ନୂଆ ଘରେ ଶୋଇଥିଲେ । ତେବେ ଶଶୁର ଏକା ପୁରୁଣା ଘରେ ଶୋଇଥିଲେ । କିନ୍ତୁ ସକାଳୁ ସକାଳୁ ନୂଆ ଘରେ ସୁଚିତ୍ରାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପରିବାର ଥାନାରେ ଅଭିଯୋଗ ଆଣିବା ପରେ . ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ କରି ବୋହୂ ସରସ୍ବତୀକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *