ବିଟେକ ପରୀକ୍ଷାରେ ହେଲେ ବିଫଳ….ପ୍ଲାଷ୍ଟିକ ବ୍ୟାଗ ମୁହଁରେ ଦେଇ ନେଲେ ନିଜ ଜୀବନ
1 min readପରୀକ୍ଷାରେ ଫେଲ ହେବା ନେଲା ଜଜିବନ | ପରୀକ୍ଷାରେ ଫେଲ ହେବାରୁ ଜୀବନ ହାର୍ଡ଼ୱେଇଛନ୍ତି ଜଣେ ଛାତ୍ରୀ | ଏପରି ଘଟଣା ଘଟିଛି ଗୁଜୁରାଟର ସୁରଟରେ |ଛାତ୍ରୀ ଜଣକ ହେଲେ ବି.ମନୁଶ୍ରୀ ବୋଲି ଜଣାପଡିଛି |ପୋଲିସ ଘଟସ୍ଥାରେ ପହଞ୍ଚି ଯାଞ୍ଚ କରିଛି ଛାତ୍ରୀ ଜଣକ ପାଖରୁ ଆତ୍ମହତ୍ୟା ନୋଟ ଜବତ କରିଛି ପୋଲିସ | ମନୁଶ୍ରୀଙ୍କ ବାପା ହେଉଛନ୍ତି କେ ଭେଙ୍କଟେଶନ ମୁମ୍ବାଇରେ ଆସିଷ୍ଟାଣ୍ଟ GST କମିଶନର |
ତେବେ ସୂଚନା ମୁତାବକ, କେ ଭେଙ୍କଟେଶନ ମୁମ୍ବାଇରେ ଆସିଷ୍ଟାଣ୍ଟ GST କମିଶନର ଥିବାବେଳେ ପରିବାର ସହ ସମସ୍ତେ ସୁରଟରେ ବସବାସ କରୁଥିଲେ | ପରିବାର ମଧ୍ୟରେ କି ଭେଙ୍କଟେଶନ ତାଙ୍କ ସ୍ତ୍ରୀ ଓ ଦୁଇ ଯାଆଁଳା ଝିଅ ସହ ସେ ରହୁଥିଲେ | ମାନୁଶ୍ରୀ ବିଟେକ ୩ୟ ବର୍ଷରେ ଛାତ୍ରୀ ଥିଲେ | ସେ ପରୀକ୍ଷାରେ ବିଫଳ ହୋଇଥିଲେ | ଯାହା ସେ ସାହିପାରିନଥିଲେ | ଦୁଃଖରେ ଭାଙ୍ଗି ପଡିଥିଲେ | ଶନିବାର ସନ୍ଧ୍ୟାରେ ୫ଟା ସମୟରେ ମନୁଶ୍ରୀ ନିଜ ମୁହଁରେ ପ୍ଲାଷ୍ଟିକ ବ୍ୟାଗ ବାନ୍ଧି ନିଜ ଜୀବନ ନେଇଯାଇଥିଲେ | ଛାତ୍ରୀଙ୍କର ଶ୍ୱାସରୁଦ୍ଧ ହେବା ଫଳରେ ସେଠାରେ ପଡିଯାଇଥିଲେ | ଘର ଲୋକ ଦେଖିବା ପରେ ତାଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ | ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲା |
ଏହାପରେ ଆତ୍ମହତ୍ୟା ମାମଲା ରୁଜୁ ପରେ ପୋଲିସ ଛାତ୍ରୀଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା | ଏବଂ ଘଟଣାସ୍ଥଳରେ ଛାନଭିନ କରିଥିଲା | ଏବଂ ଛାତ୍ରୀ ଛାଡ଼ିଯାଇଥିଲେ ଆତ୍ମହତ୍ୟା ନୋଟ | ଲେଖାଥିଲା ସେ ପରୀକ୍ଷାରେ ଫେଲ ହେବା କାରଣରୁ ନିଜ ଜୀବନ ନେଉଛନ୍ତି |