ଟାର୍ଗେଟରେ ଥିଲେ ପୁତିନ୍ଙ୍କ ରାଇଟ୍ହ୍ୟାଣ୍ଡ ,ଗଲା ନୀରିହ ଝିଅର ଜୀବନ
1 min readନୂଆଦିଲ୍ଲୀ : ନିକଟରେ ଋୁଷିଆ ଓ ୟୁକ୍ରେନର ଘମାଘୋର ଯୁଦ୍ଧ ଚାଲିଥିବା ବେଳେ ,ଗତକାଲି ଋୁଷିଆରେ ଏକ ଦୁଖଦଃ ଘଟଣା ଘଟିଯାଇଛି । ଋୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଅତି ବିଶ୍ୱସନୀୟ ଲୋକ ବା ରାଇଟ୍ ହ୍ୟାଣ୍ଡ୍ ଆଲେକ୍ଜାଣ୍ଡାର ଡୁଗିନଙ୍କ ଏକମାତ୍ର ଝିଅ ଡାରିୟା ଡୁଗିନଙ୍କର ଖୁବ୍ କମ୍ ବୟସରେ ମୃତ୍ୟୁ ହୋଇଛି । ତେବେ ଆଲେକଜାଣ୍ଡାରଙ୍କ କହିବା ଅନୁଯାୟୀ ଏହା ୟୁକ୍ରେନର ମୋତେ ରାସ୍ତାରୁ ହଟାଇବାକୁ ଏକ ଷଡଯନ୍ତ୍ର ଥିଲା ଯେଉଁଥିରେ ମୋ ଝିଅ ବଳି ପଡିଗଲା ।
ମିଳିଥିବା ସୂଚନା ଅନୁଯାୟୀ ଟାର୍ଗେଟରେ ଆଲେକ୍ଜାଣ୍ଡାର ଥିଲେ । ଏନେଇ ପୁରା ମାଷ୍ଟରମାଇଣ୍ଡ ପ୍ଲାନ କରାଯାଥିଲା ,ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ କିନ୍ତୁ ଦୁଭାଗ୍ୟ ବସତଃ ଏସବୁର ଶିକାର ହୋଇଥିଲେ ତାଙ୍କ ଝିଅ ଡାରିୟା । କୌଣସି କାମକୁ ନେଇ ଆଲେକ୍ଜାଣ୍ଡାର ଯେଉଁ କାରଟିରେ ଯିବା ନିମନ୍ତେ ବାହାରିଥିଲେ ହଠାତ୍ କିଛି କାରଣ ବସତଃ ସେଥିରେ ନଯାଇ ସେ ଗାଡି ପରିବର୍ତ୍ତନ କରିଦେଇଥିଲେ । ତେବେ ସେହି କାରଟି ଘରେ ଥିବାରୁ ଝିଅ ଡାରିୟା ନିଜର କିଛି କାମ ନିମନ୍ତେ ଉକ୍ତ କାରରେ ବାହାରିଯାଇଥିଲେ ।କିନ୍ତୁ ଘରଠାରୁ କିଛି ଦୂର ମସ୍କୋର ଓଡିଣ୍ଟସୋଡଭସ୍କି ଜିଲ୍ଲା ନିକଟରେ ବ୍ଲାଷ୍ଟ ହୋଇଯାଇଥିଲା । ଯାହ ଫଳରେ ଝିଅ ଡାରିୟାଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସୂଚନା ପାଇଁ ଆଲେକ୍ଜାଣ୍ଡାର ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏନେଇ ଋୁଷିଆରେ ଏବେ ଶୋକାକୂଳ ପରିବେଶ ଦେଖାଦେଇଛି ।
ତେବେ ଆଲେକଜାଣ୍ଡାରଙ୍କ ବିଶେଷ ସୂତ୍ରଧାରଙ୍କ ତଦନ୍ତ ଅନୁଯାୟୀ କାରଟିରେ ଏକ ବମ୍ କଞ୍ଜା ଯାଇଥିଲା ,ଏହା ଉର୍ଦ୍ଧେଶ୍ୟ ମୂଳକ ଭାବେ ଆଲେକଜାଣ୍ଡାରଙ୍କୁ ଜୀବନରୁ ମାରିଦେବାର ଏକ ବଡ ଷଡଯନ୍ତ୍ର ଥିଲା ।
ତେବେ ଆଲେକଜାଣ୍ଡାରଙ୍କ ଝିଅ ଡାରିୟା ଡୁଗନି ପେଷାରେ ଜଣେ ଲେଖିକା ଥିଲା । ଏହାସହ ସେ ନିଜ ବାପାଙ୍କଠୁ ମଧ୍ୟ ବୁଦ୍ଧିରେ ପ୍ରଖର ଥିଲେ । ଏନେଇ ତାଙ୍କୁ ରୁଷର ମସ୍ତିକ ବୋଲି କୁହାଯାଉଥିଲା । ଋୁଷ ଆକ୍ରମଣ ପୂର୍ବରୁ ଡାରିୟାଙ୍କଠୁ ସର୍ବଦା ପରାମର୍ଶ ନେଇଥାଏ । ୨୦୧୫ ରେ ଋୁଷ ୟୁକ୍ରେନ ଉପରେ କରିଥିବା ଆର୍କମଣରେ ଡାରିୟା ବଡ ସହଯୋଗୀ ଥିଲେ ବୋଲି ଶୁଣାଯାଉଛି । ଏବେ ଡାରିୟାଙ୍କ ମୃତ୍ୟୁ ପରେ ଋୁଷ୍ର ଏକ ବଡ କ୍ଷତି ହୋଇଛି ବୋଲି କହିଲେ କିଛି ଭୁଲ ହେବ ନାହିଁ ।