ବାପାଙ୍କ ସମ୍ପତ୍ତିରେ ଝିଅମାନେ ହେଲେ କ୍ଲାସ-୧ର ଉତ୍ତରାଧିକାରୀ
1 min readଭାରତର ସମାଜ ଧୀରେ ଧୀରେ ବଦଳିବାରେ ଲାଗିଛି | ଏବେ ସମାଜ ପୁଅ ଝିଅଙ୍କ ମଧ୍ୟରେ କୌଣସି ମତଭେଦ କରୁନାହାନ୍ତି | ସେହିପରି ଭାବରେ ସରକାର ମଧ୍ୟ ପୁଅ ଝିଅ ମଧ୍ୟରେ ପାତରଅନ୍ତର ନ କରି ସବୁ ପ୍ରକାର ଅଧିକାରକୁ ମାନ୍ୟତା ଦେଇଚାଲିଛି | ତେବେ ବର୍ତ୍ତମାନ ଆଇନଗତ ଭାବରେ ଝିଅମାନଙ୍କୁ ପୁଅଙ୍କ ପରି ବାପାଙ୍କ ସମ୍ପତ୍ତିର ସମାନ ଅଧିକାର ଦିଆଯାଇଛି | ଅର୍ଥାତ ଝିଅମାନେ ବର୍ତ୍ତମାନ କ୍ଲାସ-୧ର ଉତ୍ତରାଧିକାରୀ | ଏହାର ମାନେ ଝିଅମାନେ ବାପାଙ୍କ ସମ୍ପତି ଉପରେ ସମାନ ଅଧିକାର ଦାବି କରିପାରିବେ |
ପୂର୍ବରୁ ବାପାଙ୍କ ସମ୍ପତ୍ତିରେ କୌଣସି ଅଧିକାର ନଥିଲା, ଆଜି ସବୁଥିରେ ଝିଅମାନେ ସମାନ ଅଧିକାର ପାଉଛନ୍ତି । ୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୬୫ରେ ସଂଶୋଧନ କରି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ଆଇନଗତ ଅଧିକାର ଦିଆଯାଇଛି। ବାପାଙ୍କର ନିଜସ୍ୱ ସଂପତ୍ତି ଉପରେ ଝିଅଙ୍କର ପୁଅଙ୍କ ପରି ସମାନ ଅଧିକାର ରହିଛି। ଝିଅ ବିବାହିତ ହୁଅନ୍ତୁ ଅଥବା ତାଙ୍କର ଛାଡପତ୍ର ହୋଇଥାଉ କିମ୍ବା ସେ ଅବିବାହିତ ହୋଇଥାଆନ୍ତୁ ଏହା କୌଣସି ଫରକ ପକାଇ ନଥାଏ।
ତେବେ ଏବେ ପ୍ରଶ୍ନ ଉଠୁଛି ଯେ ଯଦି ନିଜେ ବାପା ପୁଅ ନାଁରେ ସମ୍ପତି କରିଥିବେ ତା କ’ଣ କରିହେବ | ତେବେ ଯଦି ବାପାଙ୍କ ମୃତ୍ୟୁ ହୋଇସାରିଛି | ପରେ ଏହାର ୱିଲ୍ ପେପରରେ ପୁଅ ନାଁ ଥାଏ ତେବେ ସେଥିରେ ମଧ୍ୟ ଜଣେ ଝିଅ ତା ଅଧିକାରୀ ଦାବି କରିପାରିବ | ତେବେ ଏହା କିପରି ? ତେବେ ଜାଣିରଖନ୍ତୁ କି ଯଦି ବାପା ନିଜେ ସମ୍ପତି ଅର୍ଜିତ କରିନାହାନ୍ତି ଅର୍ଥାତ ତାଙ୍କର ବାପାଙ୍କର ପୈତୃକ ସମ୍ପତି ଥିଲେ ତାହାଲେ ସେହି ସମ୍ପତି ଉପରେ ଦୁହେଁ ପୁଅ ଝିଅର ଅଧିକାରୀ ରହିବ | ତେବେ ଯଦି ବାପା ଜୀବିତ ଅଛନ୍ତି ଏବଂ ନିଜେ ନିଜ ଅର୍ଜିତ ସମ୍ପତି କାହାକୁ ଦେବାକୁ ଚାହାନ୍ତି ତେବେ ସେ ଦେଇପାରିବେ ଏଥିରେ କାହାର ଅଧିକାର ନାହିଁ | ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ ୨୦୦୫ ଅନୁଯାୟୀ, ପୁଅ ଭଳି ଝିଅ ମଧ୍ୟ ବାପାଙ୍କ ସମ୍ପତ୍ତିର ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀ।