ପାକିସ୍ତାନ ବିପକ୍ଷରେ ସେଞ୍ଚୁରି ମାରି ପୁଷ୍ପା ଷ୍ଟାଇଲରେ ସେଲିବ୍ରେଟ କଲେ ଡେଭିଡ ୱାର୍ଣ୍ଣର..
1 min readଡେଭିଡ ୱାର୍ଣ୍ଣଙ୍କୁ ଘାରିଛି ଫିଲ୍ମ ପୁଷ୍ପାର ନିଶା । ଫିଲ୍ମ ରିଲିଜ ହେବା ପରଠାରୁ ଆଲୁ ଅର୍ଜ୍ଜୁନଙ୍କ ଷ୍ଟାଇଲର ସେ ବଡ ଫ୍ୟାନ ହୋଇ ଯାଇଛନ୍ତି । ଅନେକ ସମୟରେ ଫିଲ୍ମର ଫେମସ ଡାଇଲଗ୍ ‘ପୁଷ୍ପା ଝୁକେଗା ନେହିଁ’ର ସିଗନେଚ୍ର ଷ୍ଟେପ କରୁଥିବା ନଜର ଆସିଥାନ୍ତି । ସେ ମୈଦାନରେ ଖେଳୁଥିବା ବେଳେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ଏହି ଷ୍ଟେପ କରି ଆନନ୍ଦ ଦେଇଥାନ୍ତି । ତେବେ ପୁଣିଥରେ ଡେଭିଡ ୱାର୍ଣ୍ଣରଙ୍କ ପୁଷ୍ପା ଷ୍ଟେପ ଦେ୍ଖିବାକୁ ମିଳିଛି ଷ୍ଟାଡିୟମରେ କିଛି ଦିନ ପୂବେ ଫିଲ୍ଡିଂ କରୁଥିବା ସେ ଏଭଳି କରିଥିଲେ । ଏବଂ ଆଜି ଯେତେବେଳେ ସେ ପାକିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ ସେତେବେଳେ ବି ସେ ଖୁସିରେ ଏଭଳି କିଛି କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଶ୍ୱକପ ୨୦୨୩ ର ୧୮ ତମ ମ୍ୟାଚ ଆଜି ଅଷ୍ଟ୍ରେଲିଆ ଏବଂ ପାକିସ୍ଥାନ ମଧ୍ୟରେ ଖେଳାଯାଉଛି ।
ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓପନର୍ ଡେଭିଡ ୱାର୍ନର ଚମତ୍କାର ବ୍ୟାଟିଂ କରି ଏକ ଶତକ ହାସଲ କରିଥିଲେ । ଏହି ବିଶ୍ୱକପରେ ଡେଭିଡ ୱାର୍ଣ୍ଣରଙ୍କ ପ୍ରଥମ ଶତକ । ପାକିସ୍ତାନ ବିପକ୍ଷରେ କ୍ରମାଗତ ଚତୁର୍ଥ । ୱାର୍ଣ୍ଣର ୩୧ ତମ ଓଭରରେ ମହମ୍ମଦ ନୱାଜଙ୍କ ବଲରୁ ଗୋଟିଏ ରନ୍ ନେଇ ନିଜର ଶତକ ପୂରଣ କରିଥିଲେ । ଏହି ସମୟରେ ୱାର୍ଣ୍ଣର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର ସିଗନେଚର ଷ୍ଟେପ କରିଥିଲେ । ସେଞ୍ଚୁରୀ କରିବା ପରେ ୱାର୍ଣ୍ଣର ହେଲମେଟ କାଢି ଅଲୁ ଅର୍ଜୁନଙ୍କ ପରି ଷ୍ଟାଇଲ ମାରିଥିଲେ । ୩୬ ବର୍ଷୀୟ ଡେଭିଡ ୱାର୍ଣ୍ଣର ଦକ୍ଷିଣ ଭାରତୀୟ ଅଭିନେତା ଅଲୁ ଅର୍ଜୁନଙ୍କର ଜଣେ ବଡ଼ ପ୍ରଶଂସକ । ସେ ପ୍ରାୟତ ତାଙ୍କ ଚଳଚ୍ଚିତ୍ରରେ ରିଲ୍ ତିଆରି କରୁଥିବା ଦେଖାଯାଏ ।
ପାକିସ୍ତାନ ବିପକ୍ଷରେ ଡେଭିଡ ୱାର୍ଣ୍ଣରଙ୍କ ନିକଟରେ ଦିନିକିଆ ସ୍କୋର ଜାଣନ୍ତୁ ଏଠି
- ୧୩୦ (୧୧୯), ସିଡନୀ, ୨୦୧୭
- ୧୭୯ (୧୨୮), ଏଡିଲେଡ, ୨୦୧୭
- ୧୦୭ (୧୧୧), ଟୁନଟନ, ବିଶ୍ୱକପ ୨୦୧୯
- ୧୦୦ ଞ୍ଚ (୮୫), ବେଙ୍ଗାଲୁରୁ, ବିଶ୍ୱକପ ୨୦୨୩
୨୦୨୩ ବିଶ୍ୱକପରେ ଶତକ ହାସଲ କରି ୱାର୍ଣ୍ଣର ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ପାକିସ୍ତାନ ବିପକ୍ଷରେ କ୍ରମାଗତ ଚତୁର୍ଥ ସେଞ୍ଚୁରୀ ।ଏହି ପ୍ରସଙ୍ଗରେ ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ସମାନ ରହିଛନ୍ତିି । କୋହଲି ୨୦୧୭-୧୮ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ଚାରି ଶତକ ହାସଲ କରିଥିଲେ । ଏହି ବିଶ୍ୱକପରେ ୱାର୍ଣ୍ଣରଙ୍କ ୫ମ ଶତକ ।