Pratidin TV

Odisha's Digital News Platform

ସଡକ ଦୁର୍ଘଟଣାରେ ଚାଲିଗଲା ପୁଅ, ରାସ୍ତା ସଫା ପାଇଁ ବାପା ମା’ଙ୍କ ପାଖକୁ ଗଲା ବିଲ୍‌…

1 min read



ଇଟାଲି: ସଡକ ଦୁର୍ଘଟଣାରେ ଚାଲିଗଲା ପୁଅ, ପୁଅର ମୃତ୍ୟକୁ ନେଇ ପିତାମାତା ଦୁଃଖରେ ଭାଙ୍ଗି ପଡିଥିବା ସାମ୍ନାକୁ ଆସିଲା ଏପରି ଖବର ଯାହାକୁ ଶୁଣି ଆପଣମାନେ ବିଚଳିତ ହୋଇ ଉଠିବେ । ହଁ ଆଜ୍ଞା କଥାରେ ଅଛି ଦ୍ରୁତଗତି ମହା ବିପତ୍ତି, ଦ୍ରୁତ ଗତିରେ ଗଡାଇ ଚଳାଇବା ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ପ୍ରତ୍ୟକ ଦିନ ସଡକ ଦୁର୍ଘଟଣାରେ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି । ଏହାର କାରଣ ହେଉଛି ଅନ୍ୟମନଷ୍କ ହୋଇ ବା ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଇବା । ଚାଳକଙ୍କର ଟିକିଏ ଭୁଲ ପାଇଁ ଚାଲିଯାଉଛି ନିରିହ ଜୀବନ । କେତେବେଳେ ମଣିଷ ତ ଆଉ କେତେବେଳ ପଶୁ ମାନେ ମଧ୍ୟ ଏଥିରେ ବଳି ପଡି ଯାଉଛନ୍ତି । ଏଇ କିଛିଦିନ ପୂର୍ବରୁ ଅମେରିକାରେ ଏକ ପୋଲିସ ଅଧିକାରୀଙ୍କ ଗାଡି ଧକ୍କାରେ ଜଣେ ଭାରତୀୟ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା । ସେହିଭଳି ଆଉ ଜଣେ ପୋଲିସ ଆଧିକାରୀଙ୍କ ଗାଡି ଧକ୍କାରେ ଜଣେ ୧୭ ବର୍ଷୀୟ ନାବାଳକର ଜୀବନ ଚାଲିଯାଇଛି । ଗାଡି ଧକ୍କାରେ ପ୍ରାଣ ହରାଇଥିବା ନାବାଳକ ଜଣକ ହେଉଛନ୍ତି ଡେଭିଡ୍ ପାୱନ।


ସୂଚନାଯୋଗ୍ୟ, ଡେଭିଡ ତାଙ୍କ ସ୍କୁଟରରେ ଯାଉଥିବା ବେଳେ ସାମୁଏଲ ସେନୋ ପୁଲିସ ଅଧିକାରୀଙ୍କ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସେ ପୁଲିସ ଅଧିକାରୀଙ୍କ ଗାଡ଼ି ତଳେ ପଡ଼ି ଯାଇଥିଲେ । ଆଉ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଡେଭିଡଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତାଙ୍କ ବିରୋଧରେ ଏହି ମାମଲା ବିଚାରାଧୀନ ଥିବା ହେତୁ ଘରେ ପୁଲିସ ଅଧିକାରୀଙ୍କୁ ନଜର ବନ୍ଦୀରେ ରଖାଯାଇଛି ।

Advertisement

ଏହି ଦୁର୍ଘଟଣା ୨୦୨୨ ଘଟିଥିବା ବେଳେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ଘଟଣାକୁ ନେଇ ଡେଭିଡଙ୍କ ବାପା ଓ ମା’ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ଡେଭିଡଙ୍କ ବାପା ଓ ମା’ କହିଛନ୍ତି, ଯେ ଯେଉଁଠାରେ ପୁଅର ଦୁର୍ଘଟଣା ହୋଇଥିଲା ସେଠାରେ ବହୁତ ରକ୍ତ ଓ ଭଙ୍ଗା ସ୍କୁଟର ପଡ଼ିଥିଲା । ଆଉ ଏହାକୁ ସଫା କରିବା ପାଇଁ ୧୬.୨୦୦ ଟଙ୍କାର ଏକ ସେମାନଙ୍କ ନିକଟକୁ ପଠାଯାଇଥିଲା । ପ୍ରଥମେ ସେମାନେ ଏହାକୁ ଥଟ୍ଟା କରିଥିଲେ । କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ଏହି ବିଲଟି ସତରେ ଥିଲା । ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ସ୍କୁଟରର ଆବର୍ଜନା ଏବଂ ଡେଭିଡର ରକ୍ତ ସଫା କରିବା ପାଇଁ ଶୀଘ୍ର ଟଙ୍କା ଦେବାକୁ ଚେତାବନୀ ଦିଆଯାଇଥିଲା । ନଚେତ୍ ଜରିମାନା ବୃଦ୍ଧି ପାଇବ ବୋଲି ସେଥିରେ ଉଲ୍ଲେଖ ରହିଥିଲା ।

Leave a Reply

Your email address will not be published. Required fields are marked *