Pratidin TV

Odisha's Digital News Platform

ଦାଉଦ ଇବ୍ରାହିମର ଭିଣୋଇକୁ ଗୁଳି ମାଡ଼ …

ଅଣ୍ଡର ୱାର୍ଲଡର ଡନ୍ ତଥା ଦାଉଦ ଇବ୍ରାହିମର ଭିଣୋଇକୁ ଗୁଳିମାଡ । ଉତ୍ତରରପ୍ରଦେଶର ଜଲାଲବାଦରେ ପୁତୁରା ବାହାଘରରେ ସାମିଲ ହେବାକୁ ଆସିଥିଲେ ଦାଉଦ ଇବ୍ରାହିମର ଭିଣୋଇ ନିହାଲ ଖାନ । ସେହି ବାହାଘର ଉତ୍ସବରେ ଦାଉଦଙ୍କ ଭିଣୋଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନିହାଲଙ୍କ ବୟସ ୩୫ବର୍ଷ ହେବ ।

ବିବାହ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇରୁ ଶାହାଜାହାନପୁର ଆସିଥିଲା ନିହାଲ । ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରର ଭିଣୋଇ ଥିଲା ନିହାଲ । ତେବେ ଏହି ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ୨୦୧୬ରେ ନିହାଲ ଶକିଲ ଅହମ୍ମଦର ଭଉଣୀକୁ ନେଇ ଫେରାର ହୋଇଯାଇଥିଲା । ସୂଚନା ଅନୁସାରେ ତିନି ବର୍ଷ ପୂର୍ବେ ଜଲାଲବାଦ ପୌରପାଳିକାର ଅଧ୍ୟକ୍ଷ ଶକିଲ ଖାନଙ୍କ ଭାଇ ଅକିଲ ଏବଂ ନିହାଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦ କାରଣରୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ତାଙ୍କୁ କିଏ ଓ କାହିଁକି ଗୁଳିମାଡ଼ କରିଛନ୍ତି, ସେକଥା ଏଯାଏ ପୁଲିସ୍ ଜାଣିବାକୁ ପାଇନାହିଁ ।

Leave a Reply

Your email address will not be published. Required fields are marked *