Pratidin TV

Odisha's Digital News Platform

ବସ୍ତିରେ ଫୁଟ୍ ପାଟ୍ରୋଲିଂ କଲେ ଡିସିପି ପ୍ରତୀକ ସିଂହ ।

ଭୁବନେଶ୍ୱର ; ପାଦରେ ଚାଲି ବସ୍ତିର ଗଳି କନ୍ଦିରେ ବୁଲିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ରାଜଧାନୀରେ ଦିନକୁ ଦିନ ବଢୁଥିବା ଅପରାଧକୁ ଆଖି ଆଗରେ ରଖି ଏକ ଅଭିନବ ଉପାୟ ଖୋଜିଛନ୍ତି ଡିସିପି । ନିଜର ଏକ ଟିମ୍ ବନାଇ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଫାଳିକିଆ ବସ୍ତି ଓ କେଦାର ପଲି ବସ୍ତିର ଗଳି କନ୍ଦିରେ ରାତିରେ ବୁଲିଛନ୍ତି ଡିସିପି ଓ ତାଙ୍କ ଟିମ୍ ।

ସହରରେ ବିଭିନ୍ନ ଅପରାଧ ଘଟାଇ ବସ୍ତିରେ ଲୁଚିଯାଉଛନ୍ତି ଅପରାଧି । ଏନେଇ ଡିସିପି ୨ ପ୍ଲାଟୁନ୍ ଫୋର୍ସ ସହ ଗତକାଲି ରାତିରୁ ଗଳିକନ୍ଦି ବୁଲି ନିଜେ ଫୁଟ୍ ପାଟ୍ରୋଲିଂ କରିଥିଲେ । ଏହା ସହ ଆଗକୁ ମଧ୍ୟ ରାଜଧାନୀରେ ଥିବା ସମସ୍ତ ବସ୍ତିରେ ଫୁଟ ପାଟ୍ରୋଲି କରିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ ।

ତେବେ ଏସବୁ ଭିତରେ ବସ୍ତିରୁ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଡିସିପି ପ୍ରତିକ ସିଂ ନିଜେ ବସ୍ତି ଲୋକଙ୍କ ସହ କଥା ହୋଇଥିବା ବେଳେ , ସେଠାରେ ଥିବା କୁନି କୁନି ଛୁଆଙ୍କୁ ଶ୍ରଦ୍ଧା କରିଥିଲେ ଆଉ ସେମାନଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲେ।

Leave a Reply

Your email address will not be published. Required fields are marked *