Pratidin TV

Odisha's Digital News Platform

ପୋଖରୀରେ ଭାସୁଛି ମୃତଦେହ , ଚାଲିଛି ପୋଲିସ ସାଇଣ୍ଟ ଫିକ୍ ଟିମର ତଦନ୍ତ ..

ଗାଁ ପୋଖରୀରେ ଭାସୁଛି ମୃତଦେହ । ଆଉ ସେଠାରେ ଲାଗିଛି ଲୋକଙ୍କ ଭିଡ । ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗାଁ ନିକଟରେ ଥିବା ବେଣ୍ଠା ପୋଖରୀରେ ନାବାଳିକା ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ହେଉଛନ୍ତି ସେହି ଗ୍ରାମର କାଳନ୍ଦୀ ଜେନାଙ୍କ ଝିଅ ଅନୁ ଜେନା ।

ସୂଚନା ଅନୁସାରେ ଯାଜପୁର ସଦରଥାନା ଅନ୍ତର୍ଗତ ବଡ଼ ଜଳହରା ଗ୍ରାମର ବେଣ୍ଠା ପୋଖରୀ ରେ ଏକ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା । ଉଦ୍ଧାର କରିବା ପରେ ଜଣା ପଡ଼ିଥିଲା ସେହି ମୃତ ଦେହ କାଳନ୍ଦୀ ଜେନା ଙ୍କ ଝିଅ ଅନୂଜେନା ଙ୍କର ବୋଲି । ଝିଅ ଶୈାଚ ହେବାକୁ ଯାଇ ଏଭଳି ଅଘଟଣ ଘଟିଥିବା ମୃତକ ବାପା କହିଛନ୍ତି । ଏପ ପୋଲିସ ସାଇଣ୍ଟ ଫିକ୍ ଟିମ୍ ସହାୟତା ରେ ତଦନ୍ତ ଆରମ୍ଭ କରିିଛି ।ତେବେ ତଦନ୍ତ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *